www.samajalive.in
Saturday, December 13, 2025
17.1 C
Bhubaneswar

ଚାଲିଗଲେ ସେବା ଓ ସାହାଯ୍ୟକାରୀ ମଣିଷ ବାଞ୍ଚନିଧି

ଗୁଣପୁର : ଚାଲିଗଲେ ସେବା ଓ ସାହାଯ୍ୟକାରୀ ମଣିଷ ବାଞ୍ଚାନିଧି ମହାନ୍ତି (୭୮)। କରୋନାରେ ପଡିତ ହୋଇ ଆଜି ସକାଳେ ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ପୁଅ ଗତ ୪ଦିନ ତଳେ ମୃତ୍ୟୁବରଣ କରିଥିବାବେଳେ ବାପାଙ୍କ ଆଜି ବିୟୋଗ ଘଟିଛି। ମୃତ ବାଞ୍ଚାନିଧି ନୁଥୁରାନ୍‍ ଚର୍ଚ୍ଚର ଧର୍ମଯାଜକ ଓ ସେବା ଓ ସାହାର୍ଯ୍ୟକାରୀ ମଣିଷ ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗତ ୪ଦିନ ତଳେ ମୃତ ବାଞ୍ଚାନିଧିଙ୍କ ପୁତ୍ରର ଡୋଭିଡରେ ସ୍ୱାସ୍ଥ୍ୟ ଖରାପ ଥିବାରୁ ଅକାଳରେ ମୃତ୍ୟୁ ବରଣ କରିଥିଲେ। ସେହିଦିନ ହଠାତ୍‍ ବାଞ୍ଚାନିଧିଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲରେ ଭର୍ତ୍ତି କରିଥିଲେ। ୪ଦିନ ମେଡିକାଲରେ ଚିକତ୍ସାଧିନ ଥିବାବେଳେ ଆଜି ସକାଳେ ବାଞ୍ଚାନିଧିଙ୍କ ମୃତ୍ୟୁ ଘଟିଛି। ଏହି ଖବର ପ୍ରଘଟିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଅର ମୃତ୍ୟୁର ଦୁଃଖର ଲୁହ ନଲିଭୁଣି ପୁଣି ଥରେ ଘରର ମୁରବୀର ମୃତ୍ୟୁ ପରିବାର ଦୁଃଖ ଦ୍ୱିଗୁଣିତ କରିଦେଇଛି। ଆଜି ମୃତ ଶରୀର କୋଭିଡ କଟକଣା ଅନୁଯାୟୀ ଗୁଣପୁର ଅଣାଯାଇ ଖ୍ରୀଷ୍ଟ ପରମ୍ପରା ଅନୁଯାଇ ସତ୍କାର ଦିଆଯାଇଥିଲା।
ତାଙ୍କ ବିୟୋଗରେ ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ, ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ, ନବନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ ଦାଶ, ଜିଆଇଇଟି ବିଶ୍ୱବିଦ୍ୟାଳୟର ସଭାପତି ଡ.ସତ୍ୟପ୍ରକାଶ ପଣ୍ଡା, ସମ୍ପାଦକ ଡ.ଚନ୍ଦ୍ରଧ୍ୱଜ ପଣ୍ଡା, ନିର୍ଦ୍ଦେଶକ ଡ.ଜଗଦିଶ ପଣ୍ଡା, ଜିଲା ବିଜେଡି ସଭାପତି ସୁଧିର ଦାଶ, କୃଷିବିତ୍‍ କୃଷ୍ଣପ୍ରସାଦ ବେବର୍ତ୍ତା, ବରିଷ୍ଠ ଆଇନଜୀବୀ ଉମାଚରଣ ପଟ୍ଟନାୟକ, ଓଳିଲ ସଂଘର ସଭାପତି ବ୍ରହ୍ମାନନନ୍ଦ ପଟ୍ଟନାୟକ, ମଟର କର୍ମଚାରୀ ସଂଘର ସଭାପତି ଫଣିଭୂଷଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଦେବୀ ଚୌଧୁରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତ ବାଞ୍ଚାନିଧି ଗରୀବ, ଅସହାୟ ଲୋକଙ୍କୁ ୮୦ ଦଶକରୁ ସହାୟତା ପ୍ରଦାନ କରି ବେଶ୍‍ ଚର୍ଚ୍ଚାରେ ଥିଲେ । ଜାତି,ଧର୍ମର ଭେଦଭାବ ନରଖି ସାଧାରଣ ଲୋକଙ୍କର ସେ ବନ୍ଧୁ ଥିଲେ । ଗରୀବ ଲୋକ ଯଦି ମେଡିକାଲ ଚିକିତ୍ସା ସେବା ଆବଶ୍ୟକ ତାହେଲେ ଆଗ୍ରହର ସହ ବିଷମକଟକ ମେଡିକାଲ ସହ ଯୋଗାଯୋଗ କରି ଚିକିତ୍ସା ସେବା ଯୋଗାଇବା ଓ ଚର୍ଚ୍ଚ ପରିସରରେ ପ୍ରତି ରବିବାର ଇଶ୍ୱରଙ୍କ ବାଣୀ ଅତି ସୁନ୍ଦର ଭାବେ ଉପସ୍ଥାପନ କରି ଲୋକଙ୍କ ମାନସପଟ୍ଟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଥିଲେ। ସେ ଜଣେ ମେଳାପି, ପରୋଉପକାରୀ, ବନ୍ଧୁବତ୍ସଳ ଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories