www.samajalive.in
Saturday, December 6, 2025
26.1 C
Bhubaneswar

୫ ରାଜ୍ୟର ନିର୍ବାଚନ ତାରିଖ ଘୋଷିତ

ନୂଆଦିଲ୍ଳୀ: ଆସନ୍ତା ଡିସେମ୍ବର ମାସରେ କାର୍ଯ୍ୟକାଳ ପୂରଣ ହେବାକୁ ଯାଉଥିବା ଚାରିଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ୍‍ ସମେତ ତେଲେଙ୍ଗାନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ ଆୟୋଗ। ନଭେମ୍ବର ୧୨ ତାରିଖରୁ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ମତଦାନ ସହିତ ଆରମ୍ଭ ହେବାକୁ ଯାଉଥିବା ନିର୍ବାଚନ ପ୍ର୍ରକ୍ରିୟା ଡିସେମ୍ବର ୧୧ରେ ଭୋଟ ଗଣତି ପରେ ସମାପ୍ତ ହେବ। ଶନିବାରଠାରୁ ଏହି ୫ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓମ୍‍ ପ୍ରକାଶ ରାୱତ୍‍ଙ୍କ ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ୍‍ରେ ଗୋଟିଏ ପର୍ଯ୍ୟାୟରେ ଭୋଟଦାନ ହେବ। ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ଛତିଶଗଡ଼ର ୧୮ଟି ବିଧାନସଭା ଆସନ ପାଇଁ ନଭେମ୍ବର ୧୨ ଓ ୭୨ଟି ବିଧାନସଭା ଆସନ ପାଇଁ ୨୦ ତାରିଖରେ ଭୋଟଦାନ ହେବ। ମଧ୍ୟପ୍ରଦେଶ ଓ ମିଜୋରାମ୍‍ରେ ନଭେମ୍ବର ୨୮ତାରିଖରେ ନିର୍ବାଚନ ହେବ। ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭ ତାରିଖରେ ନିର୍ବାଚନ ହେବ। ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories