www.samajalive.in
Saturday, December 6, 2025
14.1 C
Bhubaneswar

ସାବଧାନ .. ଖାଲିପେଟରେ ଖାଉଥିଲେ ଏହି ୫ଟି ଜିନିଷ

ଦିନର ଆରମ୍ଭ ଭଲରେ ହୋଇଥିଲେ ହିଁ ସାରା ଦିନ ଭଲ ଭାବେ ବିତିଥାଏ । ସକାଳେ ଚିଡଚିଡା ଅନୁଭବ ହେଲେ ଦିନସାରା ସେଭଳି ହିଁ ବିତିଥାଏ । ତେବେ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ଚିନ୍ତାଧାରା ଓ ଦୈନନ୍ଦିନ କାର୍ଯ୍ୟ ଉପରେ  ପ୍ରଭାବ ପକାଇଥାଏ । ମାନସିକ ଶାନ୍ତି ଓ ଦିନସାରା କାର୍ଯ୍ୟକଳାପ ସୂଚାରୁ ରୂପେ କରିବା ପାଇଁ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ ଖାଲିପେଟରେ ସେବନ କରିବା ଉଚିତ ନୁହେଁ । ଜାଣନ୍ତୁ ..
ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ । ମାତ୍ର ଖାଲିପେଟରେ ଚା’ କିମ୍ବା କଫି ପିଇବା ଦ୍ୱାରା ଏସିଡିଟି ହୋଇଥାଏ । ଫଳରେ ପେଟରେ ଯନ୍ତ୍ରଣା, ଛାତିରେ ଜଳାପୋଡା ଭଳି ସମସ୍ୟା ହୋଇଥାଏ । ତେଣୁ ଖାଲିପେଟରେ ଚା’ ପିଇବା ଉଚିତ ନୁହେଁ । ଚା’ ସହ ବିସ୍କୁଟ୍‌ କିମ୍ବା ପାଉଁରୁଟି ଖାଇପାରିବେ ।
ସେଓରେ ଭିଟାମିନ ବି , ଭିଟାମିନ ଏ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରରେ ରହିଛି । ମାତ୍ର ସକାଳେ ଖାଲିପେଟରେ ସେଓ ଖାଆନ୍ତୁ ନାହିଁ ।
ସାଲାଡ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ମାତ୍ର ଖାଲିପେଟରେ ସାଲାଡ ସେବନ ଦ୍ୱାରା ଗ୍ୟାଷ୍ଟ୍ରିକ୍‌, ଏସିଡିଟି ସମସ୍ୟା ସହ ଛାତି ଓ ଗଳାରେ ଜଳାପୋଡା ଅନୁଭବ ହୋଇଥାଏ ।
ପିଜୁଳି – ସ୍ୱାସ୍ଥ୍ୟ ପାଇଁ ପିଜୁଳି ଖୁବ ଉପକାରୀ । ମାତ୍ର ଖାଲିପେଟରେ ଏହାର ସେବନ କରନ୍ତୁ ନାହିଁ । ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ଖାଲିପେଟରେ ଟମାଟୋର ମଧ୍ୟ ସେବନ କରନ୍ତୁ ନାହିଁ । ଖାଲିପେଟରେ ଟମାଟୋ ସେବନ କରିବା ଦ୍ୱାରା ଗଳା ଓ ଛାତିରେ ଜଳାପୋଡା ଓ ଏସିଡିଟି ସମସ୍ୟା ହୋଇଥାଏ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories