www.samajalive.in
Saturday, December 6, 2025
16.1 C
Bhubaneswar

ଭୋଜନରେ ମିଠାର ମହତ୍ତ୍ୱ

ମାନ୍ୟତା ଅନୁଯାୟୀ ,ପ୍ରାଚୀନ କାଳରୁ ହିଁ ଲୋକେ ଖାଦ୍ୟ ଖାଇବା ପରେ ଯେକୌଣସି ମିଠା ନିଶ୍ଚୟ ଖାଇଥାଆନ୍ତି। ହିନ୍ଦୁ ଶାସ୍ତ୍ର ଓ ଆୟୁର୍ବେଦରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ମିଠା ଖାଇବା ସହ ଜଡ଼ିତ କିଛି କଥା ଓ ଭୋଜନର ଆରମ୍ଭରୁ ସର୍ବଦା ରାଗୁଆ କିମ୍ବା ଚଟପଟା ଖାଦ୍ୟରୁ ହିଁ ଆରମ୍ଭ କରିବା ଆବଶ୍ୟକ। ଏହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏହାର କାରଣ ଓ ଲାଭ ବିଷୟରେ..
ମସଲାଯୁକ୍ତ (ରାଗୁଆ) ଓ ଚଟପଟା –
ଖାଦ୍ୟ ଖାଇବାର ଆରମ୍ଭରେ ମସଲାଯୁକ୍ତ କିମ୍ବା ଚଟପଟା ଖାଇବା ଦ୍ୱାରା ପାଚନ ତନ୍ତ୍ର ସକ୍ରିୟ ରହିଥାଏ।
– ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଶରୀରରୁ ପାଚକ ରସ ଓ ଏସିଡ଼ିଟି କ୍ଷରଣ ହୋଇଥାଏ। ଯାହା ପାଚନ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ, ସଠିକ ଭାବେ କାର୍ୟ୍ୟ କରିବାକୁ ସହାୟକ ହୋଇଥାଏ।
– ଆୟୁର୍ବେଦ ଅନୁଯାୟୀ, ଖାଦ୍ୟର ଆରମ୍ଭରୁ ଚଟପଟା ଅଥବା ମସଲାଯୁକ୍ତ ଖାଦ୍ୟର ସେବନ ଦ୍ୱାରା ପାଚନ ତନ୍ତ୍ରରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ।
– ଖାଦ୍ୟର ଆରମ୍ଭରୁ ଚଟପଟା ଅଥବା ମସଲାଯୁକ୍ତ ଖାଦ୍ୟର ସେବନ ଦ୍ୱାରା ସଠିକ ସମୟରେ ଭୋକ ହୋଇଥାଏ। କାର୍ୟ୍ୟ କରିବାର ଇଚ୍ଛା ଶକ୍ତି ବୃଦ୍ଧି ପାଇଥାଏ।
ମିଠା ଜାତୀୟ ଖାଦ୍ୟ –
ମିଠା ଜାତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ ରହିଥାଏ। ଯାହା ପାଚନ କ୍ରିୟାକୁ ଧୀର କରିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ।
– ମିଠା ଖାଇବା ପରେ ମେରୋଟେନିନ ନାମକ ହରମୋନର ସ୍ତର ବୃଦ୍ଧି ପାଇଥାଏ। ଯେଉଁ କାରଣରୁ ମିଠା ଖାଇବା ପରେ ଆପଣଙ୍କୁ ଖୁସିର ଅନୁଭବ ହୋଇଥାଏ।
– ଯେଉଁ ସମୟରେ ଆପଣ ଅଧିକ ମାତ୍ରାରେ ଖାଦ୍ୟ ଖାଇ ଦେଇଥାଆନ୍ତି , ଅନେକ ସମୟରେ ବ୍ୟସ୍ତ ଭଳି ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆରାମ ଅନୁଭବ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
– ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ପେଟରେ ଜଳାପୋଡା କମ ହୋଇଥାଏ, ଏସିଡିଟି ମଧ୍ୟ ହୋଇନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories