www.samajalive.in
Saturday, December 6, 2025
15.1 C
Bhubaneswar

ବାସନ ବ୍ୟବହାର ପରେ ଆପଣାନ୍ତୁ ଏହି ସହଜ ଉପାୟ

ମହିଳାମାନେ ସୁଆଦିଆ ରନ୍ଧା ସହ ବିଭିନ୍ନ ପ୍ରକାର ବାସନରେ ଖାଦ୍ୟ ପରଷିବାକୁ ଖୁବ୍ ଭଲପାଆନ୍ତି। ତେବେ ଜାଣନ୍ତୁ ବ୍ୟବହାର ପରେ ବିଭିନ୍ନ ପ୍ରକାରର ଦାଗକୁ ବାସନରୁ କିଭଳି ଏହାକୁ ସହଜରେ ଉପାୟରେ ଛଡାଇବେ।
ବୋନ୍ ଚାଇନ୍ ପ୍ଲେଟ୍‌, ଚାମଚକୁ ସଫା କରିବା ପାଇଁ ଏହାକୁ ଭିନେଗାର୍‌ ପାଣିରେ ଧୋଇ ପୋଛି ରଖିବା ଉଚିତ।
ଷ୍ଟିଲ୍, ତମ୍ବା ଆଦି ବାସନକୁ ଅଧିକ ପରିଷ୍କାର ରଖିବା ନିମନ୍ତେ ୧ ବାଲ୍‌ଟି ଗରମ ପାଣିରେ ଲେମ୍ବୁ ରସ ମିଶାଇ ସେଥିରେ ବାସନ ସଫା କରନ୍ତୁ।
ରୋଷେଇ ଘରେ ଚପିଂ ବୋର୍ଡର ଆବଶ୍ୟକତା ଖୁବ୍ ଅଧିକ। ପରିବା କାଟିବା ପୂର୍ବରୁ ବୋର୍ଡରେ ସାମାନ୍ୟ ତେଲ ଲଗାଇଦେବେ। ଛୁରୀ କଟା ଦାଗ ବୋର୍ଡରେ ରହିବନାହିଁ।
ବାସନକୁସନ ଅଧିକ ତେଲିଆ ହୋଇଯାଇଥିଲେ, ବେକିଂ ସୋଡା ଓ ଲେମ୍ବୁର ମିଶ୍ରଣ ବାସନରେ ଲଗାଇ ୧୫ ମିନିଟ୍ ଛାଡ଼ିଦେବେ। ପରେ ବାସନକୁ ଗରମ ପାଣିରେ ଧୋଇ ରଖନ୍ତୁ।
ତମ୍ବା ବାସନକୁ ଚମକାଇବାର ସରଳ ଉପାୟ ହେଉଛି ଲେମ୍ବୁ ରସକୁ ବାସନରେ ଭଲଭାବେ ଘଷନ୍ତୁ।
ନନ୍‌ ଷ୍ଟିକ୍ ବାସନରେ କେମିକାଲର ପ୍ରଲେପ ଦିଆଯାଇଥାଏ। ଏହାକୁ ଠିକ ଭାବେ ନ ରଖିବା ଦ୍ବାରା ବାସନ ଉପରେ ଘର୍ଷଣର ଦାଗ ପଡିଯାଏ। ଏହାଦ୍ବାରା କେମିକାଲର ପ୍ରଲେପ ବାହାରି ଯାଇଥାଏ।
ନନ୍‌ ଷ୍ଟିକ୍ ବାସନକୁ ଅନ୍ୟ ବାସନ ସହ ଧୋଇବା ପାଇଁ ରଖନ୍ତୁ ନାହିଁ।
ଏହାକୁ ସଫା କରିବା ପାଇଁ ଭଲ ସାବୁନ ବ୍ୟବହାର କରନ୍ତୁ। ଏହାକୁ ଟାଣ ସ୍କ୍ରବରରେ ଜୋରରେ ଘଷି ସଫା କରନ୍ତୁ ନାହିଁ। କେମିକାଲ ଯୁକ୍ତ ସାବୁନରେ ଏହାକୁ ଧୁଅନ୍ତୁ ନାହିଁ।
ନନ୍‌ ଷ୍ଟିକ୍ ବାସନକୁ ଅଧିକ ସମୟ ପର୍ୟ୍ୟନ୍ତ ପାଣିରେ ପକାଇ ରଖନ୍ତୁ ନାହିଁ।
ନନ୍‌ ଷ୍ଟିକ୍ ବାସନକୁ ଧୋଇବା ପରେ ତାହାକୁ ସଫା କପଡାରେ ପୋଛି ଦିଅନ୍ତୁ।
ଅଣ୍ଡା ତିଆରି କରିଥିବା ବାସନରେ ଲେମ୍ବୁ ରସ ପକାଇ ତାକୁ କିଛି ସମୟ ରଖି ଦିଅନ୍ତୁ। ଏହାପରେ ସେଥିରେ ଗରମ ପାଣି ପକାଇ କିଛି ସମୟ ରଖନ୍ତୁ। ତାପରେ ବାସନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ବାସନରୁ ଅଣ୍ଡାର ଦୁର୍ଗନ୍ଧ ଦୂର ହୋଇଯିବ।
ବେକିଙ୍ଗ ସୋଡା ବ୍ୟବହାର କରି ଆମେ ବାସନରୁ ଅଣ୍ଡାର ଦୁର୍ଗନ୍ଧ ଛଡାଇ ପାରିବା।
ସିରକା ଦ୍ବାରା ବାସନରୁ ଅଣ୍ଡାର ଦୁର୍ଗନ୍ଧ ଶୀଘ୍ର ଛାଡି ଯାଇଥାଏ।
ଆମେ ଖାଦ୍ୟ ପାଇଁ ବ୍ୟବହାର କରୁଥିବା ବେସନ ଦ୍ବାରା ବାସନରୁ ଅଣ୍ଡାର ଗନ୍ଧ ଛଡାଇ ପାରିବା। ସେଥିପାଇଁ ବାସନରେ ବେସନକୁ ପକାଇ ଭଲ ଭାବେ ଘଷି ଧୁଅନ୍ତୁ। ଏହାପରେ ବାସନରୁ ଅଣ୍ଡାର ଦୁର୍ଗନ୍ଧ ଦୂର ହୋଇଯାଇଥିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories