www.samajalive.in
Saturday, December 6, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ଲକ୍ ଡାଉନ ପାଇଁ ପୂର୍ବତଟ ରେଳପଥର ଟ୍ରେନ ସେବା ପ୍ରଭାବିତ

ଭୁବନେଶ୍ବର : ଚଳିତ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ପୂର୍ବତଟ ରେଳପଥ ଏହାର ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଚଳିତମାସ ୨୦, ୨୧ ଓ ୨୭ରେ ସମ୍ପୂର୍ଣ୍ଣ ଲକ୍‌ଡାଉନ କରାଯାଉଛି। ଏହି ଅନୁଯାୟୀ, ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରୋନ୍ତୋ ସ୍ପେସିଆଲକୁ ୨୧ ଅଗଷ୍ଟରେ ବାତିଲ ହେବ। ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର-ହାଓଡ଼ା ଦୁରୋନ୍ତୋ ସ୍ପେସିଆଲକୁ ୨୦ ଅଗଷ୍ଟରେ ବାତିଲ କରାଯିବ। ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା-ଭୁବନେଶ୍ୱର ଦୁରୋନ୍ତୋ ସ୍ପେସିଆଲକୁ ଚଳିତମାସ ୨୧, ୨୮ ଓ ୩ରେ ବାତିଲ କରାଯିବ। ସେହିଭଳି ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ଅଗଷ୍ଟ ୨୨, ୨୯ ଅଗଷ୍ଟ ଏବଂ ସେପ୍ଟେମ୍ବର ପହିଲାରେ ବାତିଲ କରାଯିବ l ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ଚଳିତମାସ ୨୦, ୨୧ ଓ ୨୭ରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ l ସେହିଭଳି ଆଂଶିକ ବାତିଲ କରାଯାଉଥିବା ଟ୍ରେନ ମଧ୍ୟରେ ଚଳିତମାସ ୧୯, ୨୦ ଓ ୨୬ରେ ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ -ହାଓଡ଼ା ଫଲକନାମା ସ୍ପେସିଆଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱରଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଚାଲିବନାହିଁ ା ଚଳିତମାସ ୨୦, ୨୧ ଓ ୨୭ରେ ହାଓଡ଼ାରୁ ଛାଡୁଥିବା ୦୨୭୦୩ ହାଓଡ଼ା-ସିକନ୍ଦରାବାଦ ଫଲକନାମା ସ୍ପେସିଆଲ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ଏହି ତାରିଖ ଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ଏହାବ୍ୟତୀତ ପଶ୍ଚିମବଙ୍ଗରେ ଲକ୍ ଡାଉନକୁ ନଜରରେ ରଖି ପୂର୍ବତଟ ରେଳପଥ କେତେକ ଟ୍ରେନର ରହଣି ପ୍ରତ୍ୟାହାର କରିଛି। ଏହି ଅନୁଯାୟୀ, ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ୦୨୮୦୨ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ୧୯, ୨୦ ଓ ୨୬ ଅଗଷ୍ଟରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀଠାରେ ରହଣି କରିବନାହିଁ। ଭୁବନେଶ୍ୱରରୁ ଛାଡୁଥିବା ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଚଳିତମାସ ୨୦, ୨୧ ଓ ୨୭ ଏବଂ ନୂଆଦିଲ୍ଲୀରୁ ଆସୁଥିବା ୦୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ୧୯, ୨୦ ଓ ୨୬ରେ ଉଭୟ ଦିଗରୁ ହିଜଲୀଠାରେ ରହଣି କରିବନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories