www.samajalive.in
Saturday, December 6, 2025
16.1 C
Bhubaneswar

ରୁଷରେ ୨ ଥର ଭୂକମ୍ପ ଝଟକା ; ସୁନାମୀ ପାଇଁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : ରୁଷରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପୁଣି ଥରେ କାମଚଟକାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ବିଳମ୍ବିତ ରାତିରେ ଭାରତୀୟ ସମୟାନୁସାରେ ୧୨ଟା ୨୮ମିନିଟ୍‌ରେ ଓ ୧୨ଟା ୩୮ ମିନିଟରେ କାମଚଟକାରେ ୨ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରଥମେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରେକର୍ଡ କରାଯାଇଥିବା ବେଳେ ୨ୟ ଥର ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ରେକର୍ଡ କରାଯାଇଛି । ଭୂକମ୍ପ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ସୁନାମୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ) ଅନୁଯାୟୀ, କାମଚାଟକା ଉପଦ୍ୱୀପର ପୂର୍ବ ଉପକୂଳ ନିକଟରେ ଭୂମିପୃଷ୍ଟରୁ ୮୫ କିଲୋମିଟର ତଳେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଦ୍ୱିତୀୟ ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିପୃଷ୍ଟରୁ ୩୦ କିଲୋମିଟର ତଳେ ଥିଲା। ରୁଷର ଷ୍ଟେଟ୍ ଜିଓଫିଜିକାଲ ସର୍ଭିସ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୭.୫ ଥିଲା ଏବଂ ଏହା ପରେ ପ୍ରାୟ ପାଞ୍ଚଟି ଆଫ୍ଟରସକ ଆସିଥିଲା। ହାୱାଇରେ ଥିବା ଆମେରିକାର ଜାତୀୟ ପାଣିପାଗ ସେବା ପ୍ରଶାନ୍ତ ମହାସାଗରରେ ସୁନାମୀ ସତର୍କତା ଜାରି କରିଛି।

ଜିଏସଟି ପ୍ରଭାବ.. ୭୨,୦୦୦ ଟଙ୍କା ଶସ୍ତା ହେଲା; ଟାଟା ଟିଆଗୋ ଉପରେ ମିଳିବ ଜବରଦସ୍ତ ରିହାତି

- Advertisement -

ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ) ଅନୁଯାୟୀ, କାମଚାଟକା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ, ଯେଉଁଠାରେ ବାରମ୍ବାର ବିନାଶକାରୀ ଭୂକମ୍ପ ହେଉଛି। ଜୁଲାଇ ଏବଂ ସେପ୍ଟେମ୍ବର ମଧ୍ୟରେ ଘଟିଥିବା ଭୂମିକମ୍ପ ସବୁଠାରୁ ଶକ୍ତିଶାଳୀ। ଭୂକମ୍ପବିଜ୍ଞାନୀ ଏବଂ ପୁଲିସ ଏବଂ ପ୍ରଶାସନ ଅଧିକାରୀମାନେ ଭୂକମ୍ପ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି, ଏବଂ ଲୋକଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ହେଲେ ସ୍ଥାନାନ୍ତର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

୯ ଅକ୍ଟୋବରରୁ ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories