ଭୂକମ୍ପରେ ଥରିଲା ଆଫଗାନିସ୍ତାନ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୩ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଉତ୍ତର-ପଶ୍ଚିମ ଆଫଗାନିସ୍ତାନରୁ ଭୂମିରୁ ୧୦ କିମି ଗଭୀର ବୋଲି ଜଣାପଡିଛି। ସକାଳ ୬ଟା୧୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି।
ସୂଚନା ଯୋଗ୍ୟ, ଏହାପୂର୍ବରୁ ଶନିବାର ଆଫଗାନିସ୍ତାନରେ ୬.୨ ତିବ୍ରତାର ଭୂକମ୍ପ ଅନୁଭବ ହେବା ସହ ଭୟର ବାତାବରଣ ସୃଷ୍ଟି କରିଥିଲା। ୪ ଦିନ ପୂର୍ବେ ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂମିକମ୍ପରେ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୪ ଦିନ ମଧ୍ୟରେ ୨ଟି ବଡ ଭୂକମ୍ପ ଝଟକାରେ ଆଫଗାନିସ୍ତାନରେ ବଡ ଧରଣର କ୍ଷୟକ୍ଷତି ହୋଇଥିବା ନେଇ ଅନୁମାନ କରାଯାଉଛି।
Comments are closed.