ୱାଶିଂଟନ : ଆମେରିକାର ଆଲାସ୍କାରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ରେକର୍ଡ କରାଯାଇଛି। ଏଥିରେ ଧନଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଖବର ସାମ୍ନାକୁ ଆସିନାହିଁ। ଭୂକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ସୂଚନାନୁଯାୟୀ, ରବିବାର ଅପରାହ୍ନରେ ଆଲାସ୍କାରେ ୭.୪ ତିବ୍ରତାର ଭୂକମ୍ପ ଅନୁଭବ ହୋଇଥିଲା। ଭୂକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ଭୂକମ୍ପ ୯.୩ କିଲୋମିଟର (୫.୭୮ ମାଇଲ) ଗଭୀରରେ ଥିଲା।
ଭୂକମ୍ପ ପରେ ସୁନାମୀ ପାଇଁ ସତର୍କ ସୂଚନା ଜାରି
Popular Categories



