www.samajalive.in
Saturday, December 13, 2025
21.1 C
Bhubaneswar

ଫ୍ଲିପକାର୍ଟ କମ୍ପାନୀଙ୍କୁ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୁନା ଲଗାଇ ୩ କର୍ମଚାରୀ ଗିରଫ

ବୌଦ୍ଧ : ଅନଲାଇନ ବ୍ୟବସାୟରେ ସଫଳ ହୋଇପାରିଥିବା ଫ୍ଲିପକାର୍ଟ କାମ୍ପାନୀକୁ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୁନା ଲଗାଇ କମ୍ପାନୀର ୩ ଜଣ କର୍ମଚାରୀ ବୌଦ୍ଧ ପୁଲିସ ଦ୍ୱାରା ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ବୌଦ୍ଧଜିଲା ପୁଲିସ କାର୍ଯ୍ୟାଳୟଠାରେ ଏସପି ରାଜ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ଫ୍ଲିପକାର୍ଟ କମ୍ପାନୀର କିଛି କର୍ମଚାରୀ ସାମଗ୍ରୀ ପହଞ୍ଚାଇବା ପରେ ଗ୍ରାହକଙ୍କଠାରୁ ଆଦାୟ କରାଯାଇଥିବା ଅର୍ଥକୁ କମ୍ପାନୀ ଖାତାରେ ଜମା ନକରି ନେଇ ଫେରାର ହୋଇଯାଇଥିବା ନେଇ ବାଉଁଶୁଣୀ ଓ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ବାଉଁଶୁଣୀ ଥାନାରେ ଡିମିରିପାଲି ଗ୍ରାମର ଗୋପାଲ ମେହେରଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ୨୮,୪୩,୫୬୭ ଟଙ୍କା ହଡପ କରାଯାଇଛି। ସେହିପରି କଣ୍ଟାମାଳ ଥାନାରେ ବିଶ୍ୱନାଥ ପ୍ରତାପ ସାହୁଙ୍କ ପକ୍ଷରୁ ୧.୯୨,୭୨୦ ଟଙ୍କା ନେଇ କମ୍ପାନୀର ଅନ୍ୟ କର୍ମଚାରୀ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାବ୍ୟତୀତ ଅନଗୁଳ ଜିଲା ବାମୁର ଥାନା ଅଞ୍ଚଳରୁ ମଧ୍ୟ ଏହି କର୍ମଚାରୀମାନେ ଗ୍ରାହକଙ୍କ ନିକଟରୁ ସଂଗୃହୀତ ହୋଇଥିବା ୨.୯ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଫ୍ଲିପକାର୍ଟ କମ୍ପାନୀର ଜୟପୁର ଅଫିସର ଅଧିକାରୀମାନେ ବୌଦ୍ଧ ଆସି ସବୁ ଘଟଣାର ଅନୁଧ୍ୟାନ କରିବାପରେ ସ୍ଥାନୀୟ କର୍ମଚାରୀଙ୍କ ଜରିଆରେ ଫେରାର କର୍ମଚାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଇଥିଲେ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏହି ମାମଲାର ତଦନ୍ତ ଖୋଦ ଏସପି ଶ୍ରୀ ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଫେରାର କର୍ମଚାରୀଙ୍କ ମୋବାଇଲ ଟ୍ରାକିଂ ଜରିଆରେ ପୁଲିସ ଘଟଣାର ପ୍ରାୟ ଏକମାସ ମଧ୍ୟରେ ୩ ଜଣ କର୍ମଚାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ନୟାଗଡ଼ ଜିଲା ଦୁର୍ଗାପ୍ରସାଦ ଗ୍ରାମର ସୁନିଲ ପ୍ରିୟରଞ୍ଜନ ପାଲ(୨୫), ଖୋର୍ଦ୍ଧାଜିଲା ପାଇକ ସାହି ଅନ୍ତର୍ଗତ ପୋଡାଡିହ ଗ୍ରାମର ଆଶିଷ ରଞ୍ଜନ ପ୍ରଧାନ(୨୪) ଓ ବାଲେଶ୍ୱର ଜିଲା ଜଳେଶ୍ୱରର ବ୍ୟୋମକେଶ ଗିରି(୩୧) ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ନିକଟରୁ ନଗଦ ୪.୫ ଲକ୍ଷ ଟଙ୍କା, ଗୋଟିଏ ଲାପଟପ୍‌‌, ୩ଟି ମୋବାଇଲ ଫୋନ ଓ ୨ଟି ମୋଟରସାଇକେଲ ଜବତ କରାଯାଇଛି। କଣ୍ଟାମାଳ ଥାନା ମାମଲା ନମ୍ବର ୧୧୧/୨୩ ଓ ବାଉଁଶୁଣୀ ଥାନା ମାମଲା ନମ୍ବର ୮୫/୨୩ ଆଧାରରେ ତିନି ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ପୁଲିସ ପ୍ରକାଶ କରିଛି। ତେବେ ଏହି ମାମଲାରେ ତଦନ୍ତ ଜାରି ରହିଥିବାବେଳେ ଆହୁରି ନୂତନ ତଥ୍ୟ ପଦାକୁ ଆସିବାର ସମ୍ଭାବନା ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories