www.samajalive.in
Sunday, December 7, 2025
14.1 C
Bhubaneswar

ଇରାନରେ ଶକ୍ତିଶାଳୀ ଭୂକମ୍ପ ; ୫ ମୃତ,୪୪ ଆହତ

ତେହରାନ : ଇରାନରେ ଶନିବାର ଏକ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ତିବ୍ରତା ଖୁବ ଅଧିକ ଥିବାରୁ କତର,ୟୁଏଇ ଓ ଚୀନ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭବ ହୋଇଛି। ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଛି। ଭୂକମ୍ପରେ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି।
ଭୂକମ୍ପ ବିଳମ୍ବିତ ରାତି ୧ଟା୩୨ରେ ଅନୁଭବ ହୋଇଛି। ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ର ହାର୍ମୋଜଗନ ପ୍ରାନ୍ତର ନିକଟ ଦକ୍ଷିଣ -ପଶ୍ଚିମରୁ ୧୦୦ କିଲୋମିଟର ଦୂର ଓ ଭୂମି ଠାରୁ ୧୦ କିଲୋମିଟର ତଳକୁ ରହିଛି। ଏହି ଭୂକମ୍ପ ଅନୁଭବ ହେବାର କିଛି ସମୟ ପୂର୍ବରୁ ୫.୭ ତିବ୍ରତାର ଆଉ ଏକ ଝଟକା ଅନୁଭବ ହୋଇଥିଲା। ଏହାପରେ ପ୍ରାୟ ୭ଥର ଝଟକା ଅନୁଭବ ହୋଇଛି।
ଭୂକମ୍ପର କେନ୍ଦ୍ର ନିକଟସ୍ଥ ସାୟେହ ଖୋଶ ଗାଁରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଏହି ଗାଁରେ ପ୍ରାୟ ୩୦୦ ଲୋକେ ବାସ କରନ୍ତି। ଭୂକମ୍ପ କାରଣରୁ ଅନେକ ବଡ କୋଠା,ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଲୋକେ ଭୟଭୀତ ହୋଇ ରାସ୍ତା ଉପରକୁ ପଳାଇ ଆସିଛନ୍ତି।

 

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories