ତିରୁଅନନ୍ତପୁରମ୍ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଶ୍ରୀଲଙ୍କାର ବର୍ତ୍ତମାନର ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାଯ୍ୟ ଓ ସହାୟତା ପ୍ରଦାନ କରିବ । ସେ କହିଛନ୍ତି, ଉଭୟ ଭାରତ ଏବଂ ଶ୍ରୀଲଙ୍କା ଦୀର୍ଘ ଦିନର ସହଯୋଗୀ ରାଷ୍ଟ୍ର ଓ ଦ୍ୱିପାକ୍ଷିକ ସମ୍ପର୍କର ଅଂଶୀଦାର।
ତିନି ଦିନିଆ କେରଳ ଗସ୍ତରେ ଅବସରରେ ଶ୍ରୀ ଜୟଶଙ୍କର ତିରୁଅନନ୍ତପୁରମରେ ଗଣମାଧ୍ୟମକୁ ଏହା କହିଛନ୍ତି । ଭାରତର ଆକ୍ଟ ଇଷ୍ଟ ଓ ପ୍ରଥମେ ପଡୋଶୀ ନୀତି ଅନୁସାରେ ଭାରତ ବିପଦ ସମୟରେ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି।
ଆର୍ଥିକ ସଂକଟ ମଧ୍ୟରେ ଦେଶରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଇସ୍ତଫା ଦେଇଥିବା ବେଳେ ଖୁବଶୀଘ୍ର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମଧ୍ୟ ଇସ୍ତଫା ଦେବାକୁ ଯାଉଛନ୍ତି।



