www.samajalive.in
Sunday, December 7, 2025
18.1 C
Bhubaneswar

ରାଜନୀତିରେ ଯୋଗଦେବାକୁ ଚାହାନ୍ତି ଦୂତି

କଟକ: ପୁଣିଥରେ ରାଜନୀତି ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ। ଅଲିମ୍ପିଆନ୍ ଦୂତି ତାଙ୍କ ଟ୍ବିଟର ପୃଷ୍ଠାରେ ସ୍ପଷ୍ଟଭାବେ କହିଛନ୍ତି ଯେ ଭବିଷ୍ୟତରେ ସେ ରାଜନୀତିରେ ପାଦ ଥାପିବାକୁ ଚାହାନ୍ତି। ୨୩ ବର୍ଷ ବୟସ୍କା ଯାଜପୁର ଏକ୍ସପ୍ରେସ୍ ଦୂତି ସୋମବାର ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, ପିଲାଦିନୁ ରାଜନୀତିରେ ଯୋଗଦେବାକୁ ଆଗ୍ରହୀ ଥିଲି। ମୋର ପରିବାର ମଧ୍ୟ ତୃଣମୂଳ ସ୍ତରରୁ ରାଜନୀତିରେ ସକ୍ରିୟ ଥିଲେ। ମୋ ମାଆ ଆମ ପଞ୍ଚାୟତର ସରପଞ୍ଚ ଥିଲେ।
ଦୂତି ଏପରି ଲେଖିଥିଲେ ହେଁ ତାଙ୍କ ପ୍ରଶଂସକ କିନ୍ତୁ ରାଜନୀତି କଥା ନଭାବି ଏବେ ଖେଳରେ ଧ୍ୟାନଦେବାକୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ବରରେ ଅଭ୍ୟାସରତ ଦୂତି କହିଛନ୍ତି, ଯଦି କୌଣସି ରାଜନୈତିକ ଦଳ ପକ୍ଷରୁ ମୋତେ ପ୍ରସ୍ତାବ ମିଳେ; ତେବେ ନିଶ୍ଚୟ ରାଜନୀତିରେ ଯୋଗଦେବି। ଲୋକଙ୍କ ସେବାକରିବା ଲାଗି ରାଜନୀତି ହେଉଛି ଉପଯୁକ୍ତ ମାଧ୍ୟମ। ତେବେ କ୍ରୀଡ଼ା ସହ କ’ଣ ଏ​‌େ​‌ବ ସେ ରାଜନୀତିରେ କାମ କରିପାରିବେ? ଜବାବରେ ଦୂତି କହିଛନ୍ତି- କାହିଁକି ନୁହେଁ। ଖେଳିବା ବେଳେ କେହି ରାଜନୀତି କରିପାରିବେ ନାହିଁ ବୋଲି କେଉଁଠି ଲେଖା ଯାଇନାହିଁ। ଏକାସାଙ୍ଗରେ କ୍ରୀଡ଼ା, ରାଜନୀତି ଓ ବ୍ୟବସାୟରେ ସଫଳ ହୋଇଥିବା ବହୁତ ବ୍ୟକ୍ତିଙ୍କର ଉଦାହରଣ ରହିଛି। ତେବେ ମୋର ପ୍ରାଥମିକତା ହେଉଛି କ୍ରୀଡ଼ା। କ୍ରୀଡ଼ାରୁ ଅବସର ପରେ ରାଜନୀତିରେ ଯୋଗ ଦେଇପାରେ। ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍‌ସରେ ପଦକ ଜିତିବା ମୋର ଲକ୍ଷ୍ୟ। ସୂଚନାଯୋଗ୍ୟ; ଦୂତି ମଙ୍ଗଳବାର ବିଶ୍ବ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ଭାଗନେବା ଲାଗି ଦୋହା ଯାଉଛନ୍ତି। ଏଥିରେ ସେ ୧୦୦ ମିଟର ଦୌଡ଼ରେ ଭାଗନେବେ। ଏହି ଇଭେଣ୍ଟରେ ଜାତୀୟ ରେକର୍ଡ (୧୧.୨୪ ସେକେଣ୍ଡ) ଦୂତିଙ୍କ ନାମରେ ରହିଛି। ଦୂତି ୨୦୧୬ ରିଓ ଅଲିମ୍ପିକ୍‌ସ, ୨୦୧୭ ଇଂଲଣ୍ଡ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍‌ରେ ଭାଗ ନେଇଥିବା ବେଳେ ୨୦୧୮ ଏସୀୟ କ୍ରୀଡ଼ାରେ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଏବଂ ଚଳିତବର୍ଷ ଇଟାଲୀରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories