ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ଥାନା ଅଞ୍ଚଳର ଦୁର୍ଗାପୂଜା ଶାନ୍ତିଶୃଙ୍ଖଳାର ସହିତ ସମାପନ ପାଇଁ ଶନିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରତ୍ୟେକ ପୂଜା କମିଟି ନିୟମ ଅନୁଯାୟୀ ଶାନ୍ତିଶୃଙ୍ଖଳାର ସହିତ ଦୁର୍ଗାପୂଜା ଓ ଭସାଣୀ ଉତ୍ସବ ସମାପନ କରିବା ନିମନ୍ତେ କହିଥିଲେ । କୁଷ୍ପଙ୍ଗି, ରାଧାକିଶୋରପୁର, ଗୁରୁଡିଝାଟିଆ, ଖୁଣ୍ଟୁଣୀ, ଘଣ୍ଟିଖାଲ, ଧୁରୁଷିଆ, ମହାକାଳବସ୍ତ, ଅନନ୍ତପୁର ଆଦି ପଞ୍ଚାୟତର ପୂଜା କମିଟିର ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୁରୁଡିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.