www.samajalive.in
Saturday, December 13, 2025
26.1 C
Bhubaneswar

ଡମ୍ପ ଡାଟା କ’ଣ? ଯାହା ଦ୍ୱାରା ଲାଲକିଲ୍ଲା କାର ବିସ୍ଫୋରଣର ରହସ୍ୟ ଖୋଲିପାରିବ

ସମାଜ ଡିଜିଟାଲ ଡେସ୍କ: ଲାଲକିଲ୍ଲାରେ ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥା ଗୁଡିକ ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖିଛନ୍ତି ଏବଂ ନିକଟବର୍ତ୍ତୀ ଅନେକ ଅଞ୍ଚଳରୁ ଡାଟା ଡମ୍ପ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ତଦନ୍ତକାରୀ ସଂସ୍ଥାଗୁଡିକ ଲାଲକିଲ୍ଲା ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ସମସ୍ତ ମୋବାଇଲ ଫୋନରୁ ଡାଟା ଡମ୍ପ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । କୁହାଯାଉଛି ଯେ ଡାଟା ଡମ୍ପଗୁଡିକ କାର ବୋମା ବିସ୍ଫୋରଣ ସହିତ ଜଡିତ ଫୋନ୍‌ ନମ୍ବର ଗୁଡିକର ସୁରାକ ପ୍ରଦାନ କରିପାରନ୍ତି । ଏଥିପାଇଁ ଲାଲକିଲ୍ଲା ପାର୍କିଂ ସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରୁ ଡାଟା ଡମ୍ପ ମଧ୍ୟ ସଂଗ୍ରହ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବିସ୍ଫୋରଣ ହୋଇଥିବା ଗାଡିରେ ଥିବା ଲୋକମାନେ କୌଣସି ପ୍ରକାରେ ପରସ୍ପର ସହିତ ଯୋଗାଯୋଗ କରିଥିବେ । ପାର୍କିଂ ସ୍ଥାନରେ ବ୍ୟବହୃତ ସମସ୍ତ ଫୋନର ତଥ୍ୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି । ଫରିଦାବାଦରେ ଅଭିଯୁକ୍ତମାନଙ୍କ ମଧ୍ୟରେ ଯୋଗାଯୋଗ ଠାବ କରିବା ପାଇଁ ଡମ୍ପ ଡାଟା ମଧ୍ୟ ବ୍ୟବହାର କରାଯାଉଛି । ଏହା ଦ୍ୱାରା କେତେ ତଣ ଲୋକ ପରସ୍ପର ସହିତ ଯୋଗାଯୋଗ କରୁଥିଲେ ତାହା ଜଣାପଡିବ । ଏହି ତଥ୍ୟ ବିସ୍ଫୋରଣ ପାଇଁ ଦାୟୀ ଲୋକଙ୍କ ମଧ୍ୟରେ ହୋଇଥିବା ଯେକୌଣସି କଥାବାର୍ତ୍ତାକୁ ମଧ୍ୟ ଠାବ କରିବାରେ ସାହାଯ୍ୟ କରିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories