www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶା ଡ୍ରାଇଭର ମହାସଂଘର ଶୋଭାଯାତ୍ରା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ରାଜ୍ୟ ଡ୍ରାଇଭର ମହାସଂଘର ଉପଦେଷ୍ଟା ଘନଶ୍ୟାମ ବେହେରାଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବ୍ଲକ ସଂଘ ସଭାପତି ଗଜେନ୍ଦ୍ର ଗରଡ଼ିଆ ଓ ତ୍ରିନାଥ ଦଳେଇଙ୍କ ମିଳିତ ସହଯୋଗରେ ଜିଲ୍ଲାର ୧୧ଟି ବ୍ଲକରେ ଥିବା ସମସ୍ତ ଡ୍ରାଇଭରମାନେ କାଳୀସୁନ୍ଦରୀ ମନ୍ଦିରଠାରେ ଏକତ୍ରିତ ହୋଇଥିଲେ । ସେହିଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ପହଞ୍ଚିଥିଲେ । ସେଠାରେ ଏକ ବୈଠକ କରିଥିଲେ । ଏହି ଶୋଭାଯାତ୍ରାର ମୁଖ୍ୟ ଉ​‌ଦ୍ଦେ​‌ଶ୍ୟ ହେଲା ସେପ୍ଟେମ୍ବର ମାସ ୧ ତାରିଖ ଶ୍ରମିକ ଦିବସରେ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ତାହା ଯଦି ପୁରାଣ କରାନଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରିବୁ ବୋଲି କହିଛନ୍ତି । ୧୧ଟି ବ୍ଲକର ସମସ୍ତ ଡ୍ରାଇଭର ଓ କଳାହାଣ୍ଡି ଜିଲ୍ଲାର ଡ୍ରାଇଭରମାନଙ୍କ ମଧ୍ୟରେ ବନ୍ଧୁ ମିଳନ କରାଯାଇଛି । ଡ୍ରାଇଭରମାନେ ପରସ୍ପର ମଧ୍ୟରେ ସାହାଯ୍ୟ ସହଯୋଗର ହାତ ବାଡ଼େଇବା, ଯଦି କେଉଁ ଡ୍ରାଇଭର ଭାଇ ରାସ୍ତାରେ ଅସୁବିଧାରେ ପଡିଥିବେ ସେମାନଙ୍କୁ ସାହାଯ୍ୟ କରିବା, ଡ୍ରାଇଭର ପରିବାର ଲୋକେ ଯଦି କୌଣସି ପ୍ରକାର ଅସୁବିଧାରେ ସମ୍ମୁଖିନ ହୁଅନ୍ତି ସଂଘର ସମସ୍ତେ ଭାଇମାନେ ମିଳିତରେ ତାହାକୁ ସମାଧାନ କରିବା ବୋଲି ଜିଲା ସଭାପତି ଜିତେନ୍ଦ୍ର ନାୟକ କହିଛନ୍ତି । ଏହି ଶୋଭାଯାତ୍ରାରେ ପ୍ରାୟ ୧ ହଜାର ଡ୍ରାଇଭର ଉପସ୍ଥିତ ରହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories