www.samajalive.in
Sunday, December 7, 2025
23.1 C
Bhubaneswar

ହୋମଗାର୍ଡଙ୍କ ମାଡରେ ଡ୍ରାଇଭର ଗୁରୁତର ଘଟଣା : ହୋମଗାର୍ଡ଼ ଗିରଫ ଦାବିରେ ୨ ଦିନ ଧରି ଦାରିଙ୍ଗବାଡ଼ିରେ ଉତ୍ତେଜନା

ଫୁଲବାଣୀ/ଦାରିଙ୍ଗବାଡି : ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ନିର୍ଦ୍ଧୁମ ମାଡରେ ପିକ୍ଅପ ଗାଡିର ଡ୍ରାଇଭର ଗୁରୁତର ହେବା ଘଟଣା ଏବେ ଭିନ୍ନ ରୁପ ଗ୍ରହଣ ନେଇଛି। ହୋମଗାର୍ଡ଼ଙ୍କୁ ଗିରଫ ପାଇଁ ଗତ ୨ ଦିନ ହେଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ବାଧ୍ୟ ହୋଇ ପୁଲିସ୍ ସଂପୃକ୍ତ ହୋମଗାର୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁଯାୟୀ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଗୁଞ୍ଜିବାଡି ଗ୍ରାମର ପ୍ରଶାନ୍ତ ପ୍ରଧାନ ଏକ ଡାଲା ପିକ୍ଅପ୍ ଚଳାଉଛନ୍ତି।  ଗତ ୨୨ ତାରିଖ ଦିନ ଦାରିଙ୍ଗିବାଡି ଚାରିଛକ ଠାରେ ଗାଡି ବୁଲାଉଥିବା ବେଳେ ଦାରିଙ୍ଗବାଡ଼ି ଥାନାର ହୋମଗାର୍ଡ ରତ୍ନାକର ନାୟକଙ୍କ ସ୍କୁଟିକୁ ଟିକେ ଲାଗି ଯାଇଥିଲା। ଏଥିରେ ଉତକ୍ଷିପ୍ତ ରତ୍ନାକର ଘଟଣା ସ୍ଥଳରେ ହିଁ ପ୍ରଶାନ୍ତ ପ୍ରଧାନଙ୍କୁ ମାଡ ମାରିବା ସହିତ ପରେ ପ୍ରଶାନ୍ତ ପ୍ରଧାନ ଗାଡି ନେଇ ଷ୍ଟାଣ୍ରେ ପହଂଚିଥିବା ବେଳେ ହୋମଗାର୍ଡ ସେଠାରେ ମଧ୍ୟ ପହଂଚି ତାଙ୍କୁ ନିର୍ଦ୍ଦୁମ ମାଡ ମାରିଥିଲେ। ମାଡରେ ପ୍ରଶାନ୍ତ ଗୁରୁତର ହୋଇ ପଡିଥିଲେ। ତାଙ୍କ ଛାତିରେ ମାଡ ହୋଇଥିବାରୁ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ସହିତ ତାଙ୍କୁ ପ୍ରଥମେ ଦାରିଙ୍ଗବାଡି ଡାକ୍ତରଖାନାରେ ଓ ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାର ଲୋକେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ ମାମଲା ରୁଜୁ କରିବା ବଦଳରେ କମ୍ପ୍ରମାଇଜ କରିବାକୁ ଚାପ ପକା ଯାଉଥିବା ଅଭିଯୋଗ ହୋଇଥିଲା। ତେଣୁ ବାଧ୍ୟ ହୋଇ ପରିବାର ଲୋକେ ଓ କିଛି ଗ୍ରାମବାସୀ  ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି ନ୍ୟାୟ ପାଇଁ। ତେବେ ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍ ନ୍ୟାୟ ଦେବା ପରିବର୍ତ୍ତେି ଘଂଟ ଘୋଡ଼ାଉଥିବା ଅଭିଯୋଗ କରି ଗତ ପ୍ରଥମେ ଶନିବାର ଦିନ ଦାରିଙ୍ଗବାଡ଼ି ଚାରିଛକରେ ଏକାଠି ହୋଇ ରାସ୍ତାରୋକ କରିବା ସହିତ ଟାୟାରଜାଳି ଧାରଣା ଦେବା ସହିତ ପ୍ରତିବାଦ କରିଥିଲେ।

- Advertisement -

ତେବେ ଶନିବାର ଦିନ ମଧ୍ୟ ହୋମଗାର୍ଡ଼କୁ ଗିରଫ କରାଯାଇନଥିବା ବେଳେ ରିବିବାର ମଧ୍ୟ ଏନେଇ ଶହ ଶହ ଅଞ୍ଚଳବାସୀ ଏକଜୁଟ୍ ହୋଇ ସଂପୂର୍ଣ୍ଣଭାବେ ରାସ୍ତା ଅବରୋଧ କରିଥିଲେ। ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ମଧ୍ୟବନ୍ଦ କରିଥିଲେ। ଗିରଫ ଦାବିରେ ଶତାଧିକ ମହିଳା ଓ ପୁରୁଷ ରାଜରାସ୍ତାକୁ ଓଲ୍ଳାଇଥିଲେ। ପୁଲିସ୍ ର ନିଷ୍କ୍ରିୟତା ସହିତ ହୋମଗାର୍ଡ଼ ପ୍ରତି ଦରଦ ଦେଖାଉଥିବା ଅଭିଯୋଗ କରି ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ। ରାସ୍ତା ଅବରୋଧ କରି ତୁରନ୍ତ ହୋଗାର୍ଡ଼ ରତ୍ନାକର ନାୟକୁ ଗିରଫ କରିବାପାଇଁ  ଅଡ଼ିବସିଥିଲେ। ଲୋକଙ୍କ ଦାବିପ୍ରକାରେ ପୁଲିସ୍ ରତ୍ନାକରକୁ ଗିରଫ କରିଥିଲେ ମଧ୍ୟ ଉତ୍ୟକ୍ତ ଜନତା ରାସ୍ତା ଅବରୋଧରୁ ହଟିନଥିଲେ। ରତ୍ନାକରକୁ ସମସ୍ତଙ୍କ ସମ୍ମୁଖରେ ଗିରଫ କରିବା ଦାବି କରି ରାସ୍ତା ଅବରୋଧ କରିଥିବା ବେଳେ ଖବର ପାଇଁ ଘଟଣା ସ୍ଥଳରେ ବାଲିଗୁଡ଼ା ଏସ୍.ଡ଼ି.ପି.ଓ ମାନସ ରଂଜନ ବାରିକ ,ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲ୍ଦାର ନରେନ୍ଦ୍ର ମଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ହୋଇ ପାରିନଥିଲା। ତେବେ ରାସ୍ତାରୋକ ସମୟରେ ଅନ୍ୟଜଣେ ହୋମଗାର୍ଡଙ୍କ ଭାଇ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ମାଡ଼ ମାରିବାରୁ ପରିସ୍ଥିତି ଆହୁରି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା। ଦୀର୍ଘ ସମୟ ଧରି ଏସ୍.ଡ଼ି.ପି.ଓ ଓ  ଅନ୍ୟ ପୁଲିସ୍ ଅଧିକାରୀ ମାନେ ବୁଝାସୁଝା କରିବା ସହିତ ହୋମଗାର୍ଡ଼ ରତ୍କାକର ନାୟକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ସଂନ୍ଧ୍ୟା ୫ଟାରେ ରାସ୍ତା ଅବରୋଧ ହଟିଥିଲା। ତେବେ ପରିସ୍ଥିତିକୁ ଦେଇ ପୁଲିସ୍ ପକ୍ଷରୁ ଦାରିଙ୍ଗବାଡ଼ି ଅଞ୍ଚଳରେ କଡ଼ା ପ୍ରହରା ଚାଲିଥିବାର ପ୍ରକାଶ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ରାସ୍ତା ଅବରୋଧ ଯୋଗୁଁ ସେହି ରାସ୍ତା ଦେଇ କୌଣସି ପ୍ରକାର ଯାନବାହାନ ଚଳାଚଳ ହୋଇ ପାରିନଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories