www.samajalive.in
Monday, December 15, 2025
26.1 C
Bhubaneswar

ମଦ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଆକ୍ରମଣ

ପାଟନା: ବିହାରରେ ମଦ ନିଷେଧ ହୋଇଥିଲେ ମଧ୍ୟ ମଦୁଆମାନଙ୍କ ଅଭ୍ୟାସ ଏବେ ବି ଛାଡିନି । ଏବେ ବି କିଛି ଲୋକ କୌଣସି ନା କୌଣସି ଉପାୟରେ ଟଙ୍କା ଯୋଗାଡ କରି ମଦ ପିଉଛନ୍ତି ଏବଂ ନିଶାଶକ୍ତ ଅବସ୍ଥାରେ ପ୍ରତିଦିନ ନୂଆନୂଆ ଅପରାଧ ଘଟାଉ ଥିବା ଦେଖାଯାଉଛି। ମଦ ପିଇବାକୁ ଟଙ୍କା ନ ଦେବାରୁ ନିଶାଶକ୍ତ ଅବସ୍ଥାରେ ମା’କୁ ଆକ୍ରମଣ କରିଛି ଜଣେ ପୁଅ । ଏଭଳି ଏକ ଅଭାବନୀୟ ଘଟଣା ପାଟନାରୁ ମାତ୍ର ୩୦ କିମି ଦୂର ସସୌଢୀ ଥାନା ଅନ୍ତର୍ଗତ କେଲୁଚକ ଅଞ୍ଚଳରେ ଘଟିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଅ ରାଜକୁମାରଙ୍କୁ ଗିରଫ କରିଛି।

ପୁରା ଘଟଣା ଏହିପରି, ଗତ ରବିବାର ସନ୍ଧ୍ୟାରେ ରାଜକୁମାର ମଦ ନିଶାରେ ମାତାଲ ହୋଇ ଘରେ ପହଞ୍ଚିଥିଲେ ଏବଂ ଆହୁରି ମଦ ପିଇବାକୁ ମା’ଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ରାଜକୁମାର ଉତକ୍ଷିପ୍ତ ହୋଇ ମା’ଙ୍କୁ  ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ସମୟରେ ଘରେ ଉପସ୍ଥିତ ଥିବା ତାଙ୍କ ବାପା ଆକ୍ରମଣକାରୀ ପୁଅ କବଳରୁ ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଶାଶକ୍ତ ଅବସ୍ଥାରେ ଥିବା ପୁଅ ବାପାଙ୍କୁ ମଧ୍ୟ ମାଡ ମାରିବାରୁ ବାଦ୍ ପଡି ନଥିଲା। କୌଣସିମତେ ପୁଅ କବଳରୁ ପତ୍ନୀଙ୍କୁ ବଞ୍ଚାଇ ସ୍ଥାନୀୟ ଥାନାରେ ରାଜ କୁମାରଙ୍କ ବାପା ଏତଲା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ରାଜକୁମାରଙ୍କୁ ଗିରଫ କରିଥିଲା ।

- Advertisement -

ପୂର୍ବରୁ ମଧ୍ୟ ମଦ ପାଇଁ ଟଙ୍କା ନ ଦେଲେ ରାଜକୁମାର ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଉଥିଲା ବୋଲି ଉଭୟ ବାପା ମା’ ଅଭିଯୋଗ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories