www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱପ୍ନ ଶାସ୍ତ୍ର : କିଛି ଜଣାଅଜଣା କଥା

ସ୍ୱପ୍ନକୁ ଆମ ଜୀବନର ଏକ ଅଂଶ ବୋଲି କୁହାଯାଏ। ଲୋକେ ରାତିରେ ଶୋଇବା ସମୟରେ ଅଧିକାଂଶ ସ୍ୱପ୍ନ ଦେଖିଥାଆନ୍ତି। ସ୍ୱପ୍ନ ଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନର ଅର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହା ଦ୍ୱାରା ବ୍ୟକ୍ତିଙ୍କ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ। ଏଭଳି ମଧ୍ୟ କୁହାଯାଏ ସ୍ୱପ୍ନ ଦ୍ୱାରା ଭବିଷ୍ୟତରେ ଆସୁଥିବା ସମସ୍ୟା ବିଷୟରେ ମଧ୍ୟ ଅନୁମାନ କରି ହୁଏ ବୋଲି କୁହାଯାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ପିତୃପୁରୁଷଙ୍କୁ ଦେଖିବା କିଛି ସ୍ୱତନ୍ତ୍ର ଅର୍ଥ ରହିଛି। ଜାଣନ୍ତୁ….
– ସପ୍ନରେ ଯଦି ଆପଣ ପୂର୍ବପୁରୁଷଙ୍କୁ ମିଠା ବାଣ୍ଟୁ ଥିବା , ମିଠା ଖାଉଥିବା କିମ୍ବା ଆପଣଙ୍କୁ ମିଠା ଖୁଆଉଥିବା ଦେଖିଲେ, ତେବେ ଏହା ମାଙ୍ଗଳିକ ଓ ଶୁଭ କାର୍ଯ୍ୟର ସୂଚନା ଦେଇଥାଏ ଅଥବା ଆଣିଥାଏ। ବିଶେଷ କରି ଘରେ ବିବାହ ଓ ସନ୍ତାନ ଆସିବା ପୂର୍ବରୁ ଏଭଳି ସ୍ୱପ୍ନ ଦେଖାଯାଏ।
– ଯଦି ଆପଣ ସ୍ୱପ୍ନରେ ଆପଣଙ୍କ ପିତୃପୁରୁଷଙ୍କୁ ହସୁଥିବାର ଦେଖୁଛନ୍ତି, ତେବେ ଜାଣିବେ ଏହାର ଅର୍ଥ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ। ପୂର୍ବପୁରୁଷଙ୍କ କୃପା ଆପଣଙ୍କ ଉପରେ ରହିବା ସହ ସୁଖସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ। ଆପଣଙ୍କ ଉପରେ ସେ ପ୍ରସନ୍ନ ରହିଛନ୍ତି ବୋଲି କୁହାଯାଏ।
– ସ୍ୱପ୍ନରେ ଯଦି ପୂର୍ବପୁରୁଷ ଆପଣଙ୍କ ସହ କଥା ହେଉଥିବାର ଦେଖୁଛନ୍ତି , ତେବେ ଏହାର ଅର୍ଥ ସେ ଆପଣଙ୍କ ଭବିଷ୍ୟତରେ ଘଟିବାକୁ ଯାଉଥିବା କିଛି ଘଟଣା ବିଷୟରେ ଆପଣଙ୍କୁ ଅବଗତ କରିବା ସହ ଏଥିରୁ ରକ୍ଷା ପାଇବାକୁ ପୂର୍ବ ସୂଚନା ଦେଉଛନ୍ତି।
– ସ୍ୱପ୍ନରେ ଯଦି ପୂର୍ବପୁରୁଷ ଆପଣଙ୍କ ଉପରେ କ୍ରୋଧ କରିବା ଦେଖୁଛନ୍ତି ; ତେବେ ଏହାର ଅର୍ଥ ସେ ଆପଣଙ୍କ ଉପରେ ପ୍ରସନ୍ନ ନାହାନ୍ତି। ଯେଉଁ ଘରେ ପିତୃଦୋଷ ଥାଏ ସେହି ଘରେ ଏଭଳି ସ୍ୱପ୍ନ ଅଧିକ ଆସିଥାଏ ବୋଲି ମଧ୍ୟ କୁହାଯାଏ।
– ସ୍ୱପ୍ନରେ ପୂର୍ବପୁରୁଷ ଯଦି ଆପଣଙ୍କ ମୁଣ୍ଡର କେଶକୁ ସଜାଜୁଛନ୍ତି ଅଥବା କେଶ ସହ ଜଡ଼ିତ କୌଣସି କାର୍ଯ୍ୟ ଦେଖୁଛନ୍ତି ତେବେ ଏହାର ଅର୍ଥ ତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। ଏହାସହ ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories