www.samajalive.in
Saturday, December 6, 2025
14.1 C
Bhubaneswar

ସ୍ୱପ୍ନ ସଙ୍କେତ; ଖୁବ୍‌‌ ଶୀଘ୍ର ହୋଇଥାଏ ଧନଲାଭ..

କିଛି ସ୍ୱପ୍ନ ଖୁବ୍‌‌ ଶୁଭ। ସେଭଳି ସ୍ୱପ୍ନ ଦେଖିବା ଦ୍ୱାରା ସଫଳତା,ଯଶ ଓ ପ୍ରତିଷ୍ଠା ମିଳିଥାଏ। ଏଭଳି ସ୍ୱପ୍ନ ଭାଗ୍ୟ ବଦଳାଇଥାଏ। ସ୍ୱପ୍ନ ଶାସ୍ତ୍ରରେ ଏସବୁ ସ୍ୱପ୍ନର ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି..
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, କୌଣସି ବ୍ୟକ୍ତି ବିଶେଷ ନିଜକୁ କ୍ଷୀରରେ ସ୍ନାନ କରୁଥିବା ଦେଖିବେ ଏହାକୁ ଖୁବ ଶୁଭ ବୋଲି କୁହାଯାଏ। ଏହି ସ୍ୱପ୍ନର ଅର୍ଥ ଖୁବ ଶୀଘ୍ର ବଡ ପଦବୀ, ପ୍ରତିଷ୍ଠା ମିଳିବାର ସମ୍ଭାବନା ରହିଛି। ଖୁବ ଶୀଘ୍ର ଧନ-ବୈଭବ ପ୍ରାପ୍ତି ହେବ।
ସ୍ୱପ୍ନରେ ନିଜେ ମୁଦି ପିନ୍ଧିବା ଦେଖିବା ମଧ୍ୟ ଶୁଭଙ୍କର। ଏହି ସ୍ୱପ୍ନର ଅର୍ଥ ମା’ଲକ୍ଷ୍ମୀଙ୍କ କୃପାରୁ ଖୁବ୍‌‌ ଶୀଘ୍ର ଧନ ପ୍ରାପ୍ତି ହେବ।
ସ୍ୱପ୍ନରେ କାନର ଦେଖିବା ଦ୍ୱାରା ମଧ୍ୟ ଧନପ୍ରାପ୍ତି ହୋଇଥାଏ। ନିଜେ କାନର ପିନ୍ଧୁଥିବା ଦେଖିବା ମଧ୍ୟ ଶୁଭଙ୍କର। କାନର ଖୁବ ଶୀଘ୍ର ଧନପ୍ରାପ୍ତି ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ମା’ଲକ୍ଷ୍ମୀଙ୍କ କୃପା ମିଳିବାର ସଙ୍କେତ ଦେଇଥାଏ। ମା’ଲକ୍ଷ୍ମୀଙ୍କ ପଦ୍ମ ଭଳି ଗୋଲାପ ଫୁଲ ମଧ୍ୟ ଖୁବ ପ୍ରିୟ। ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ଦ୍ୱାରା ଖୁବ ଶୀଘ୍ର ଧନ ପ୍ରାପ୍ତି ହୋଇଥାଏ।
ସ୍ୱପ୍ନରେ ନିଜେ କ୍ଷୀର ପିଉଥିବା ଦେଖିବା ମଧ୍ୟ ଶୁଭଙ୍କର। କ୍ଷୀର ସମ୍ବନ୍ଧ ଚନ୍ଦ୍ର ଓ ମା’ଲକ୍ଷ୍ମୀଙ୍କ ସହ ଜଡିତ। ଶୁକ୍ରବାର ଏଭଳି ସ୍ୱପ୍ନ ଦେଖିବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories