www.samajalive.in
Saturday, December 6, 2025
16.1 C
Bhubaneswar

ଓପିଏସସିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ଡକ୍ଟର ସତ୍ୟଜିତ ମହାନ୍ତି

ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡକ୍ଟର ସତ୍ୟଜିତ ମହାନ୍ତି। ପୁଲିସ ସେବାରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ଡକ୍ଟର ମହାନ୍ତି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି।

ସୂଚନାଯୋଗ୍ୟ, ଡକ୍ଟର ସତ୍ୟଜିତ୍ ମହାନ୍ତି ୧୯୮୮ ମସିହାରେ ଭାରତୀୟ ପୁଲିସ୍ ସେବାରେ ଯୋଗଦେଇଥିଲ। ଡକ୍ଟର ମହାନ୍ତି ତାଙ୍କର ଏହି ୩୩ ବର୍ଷ ବୃତ୍ତିଗତ ଜୀବନ କାଳ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜମାନଙ୍କରେ ଯଥାକ୍ରମେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ ଆରକ୍ଷୀ ମହାନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଦକ୍ଷତାପୂର୍ଣ୍ଣ, କୃତିତ୍ବ ଓ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାବ୍ୟତୀତ ଶ୍ରୀ ମହାନ୍ତି ବିଭିନ୍ନ ପଦବୀରେ ନିଯୁକ୍ତି ପରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ ବିଭାଗ, ରାଜ୍ୟ ପୁଲିସ୍ ଗୃହ ନିର୍ମାଣ ନିଗମ, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ, ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଏବଂ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ ପୁଲିସ୍ କମିଶନର ଭାବେ ଅବସ୍ଥାପିତ ହୋଇ ବେଶ୍ ସଫଳତାର ସହ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସେ ମହାନିର୍ଦେଶକ ବା ଡିଜି ପାହ୍ୟାକୁ ପଦୋନ୍ନତି ପାଇ କାରାଗାର ମହାନିର୍ଦେଶକ ଓ ନିର୍ଦେଶକ ସଂସ୍କାର ସେବା, ସ୍ବତନ୍ତ୍ର ମହାନିର୍ଦେଶକ, ରାଜ୍ୟ ଗୋଇନ୍ଦା ବିଭାଗ ଓ ପରିଶେଷରେ ଓଡ଼ିଶା ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସଂସ୍ଥାର ମହାନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି। ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତି ପାଇ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

- Advertisement -

 

 

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories