www.samajalive.in
Saturday, December 6, 2025
17.1 C
Bhubaneswar

‘ପ୍ଲାଜମା ଦାନ ଅଭିଯାନ’ର ଶୁଭାରମ୍ଭ କଲେ ଡକ୍ଟର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରବିବାର ଦିଲ୍ଲୀ ଏମ୍ସଠାରେ ଦିଲ୍ଲୀ ପୋଲିସ ପକ୍ଷରୁ ମିଳିତଭାବେ ଆୟୋଜିତ ପ୍ଲାଜମା ଦାନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଜିର ଏହି ଅଭିଯାନରେ ୨୬ଜଣ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ପ୍ଲାଜମା ଦାନ କରୁଥିବା ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ଲାଜମା ଯୋଦ୍ଧାଭାବେ ବର୍ଣ୍ଣନା କରି କହିଛନ୍ତି, ପ୍ଲାଜମା ଦାନ ଦେଶରେ ଏକ ଆନ୍ଦୋଳନର ରୂପ ନେବା ସହ ଏହାର ସୁଦୂରପ୍ରସାରୀ ପ୍ରଭାବ ପରିଲକ୍ଷିତ ହେବ।

ଏହି ଅଭିଯାନକୁ ଉଦ୍‍ଘାଟନ କରିବା ଅବସରରେ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, କରୋନା ଭୂତାଣୁରୁ ଆରୋଗ୍ୟ ଲାଭ କରିଥିବା  ବ୍ୟକ୍ତିମାନେ ମାସକୁ ଦୁଇଥର ପ୍ଲାଜମା ଦାନ କରିପାରିବେ। ପ୍ଲାଜମା ଦାନ କରିଥିବା ପୁଲିସ କର୍ମଚାରୀମାନଙ୍କ ପ୍ରଶଂସା କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସେମାନଙ୍କର ଏହି ଅବଦାନ ଏହି ଆନ୍ଦୋଳନରେ ସାମିଲ ହେବା ସକାଶେ ଆଗେଇ ଆସିବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

- Advertisement -

ସେ ପୁଣି କହିଛନ୍ତି, ଦେଶର ୬୦ଟି କେନ୍ଦ୍ରରେ ଏବେ ୪୫୨ଜଣ ରୋଗୀଙ୍କ ଶରୀରରେ ଏହି ପ୍ଲାଜମା ପରୀକ୍ଷଣ କରାଯାଇ ଏହାର ତଥ୍ୟର ବିଶ୍ଲେଷଣ ମଧ୍ୟ ଚାଲିଛି। କରୋନା ରୋଗୀମାନଙ୍କୁ ପ୍ଲାଜମା ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ କରୋନା ଯୋଦ୍ଧାମାନଙ୍କର ଗୁରୁତ୍ୱପୂର୍ଣ୍ଣ  ଭୂମିକାର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ସେହିପରି ଆରୋଗ୍ୟ ଓ ମୃତ୍ୟୁହାର ଦୃଷ୍ଟିରୁ ଦେଶର ପ୍ରଦର୍ଶନ ଭଲ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଦେଶରେ ଆରୋଗ୍ୟହାର ଅନ୍ୟୁନ ୬୩ ପ୍ରତିଶତ ଥିବାବେଳେ ବିଶ୍ୱ ମୃତ୍ୟୁହାର ତୁଳନାରେ ଭାରତର କରୋନା ଜନିତ ମୃତ୍ୟୁ ହାର ୨.୫ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories