www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ ଯୋଦ୍ଧା ଡ. ବିଶ୍ୱନାଥ ରାଉତଙ୍କ ନାମରେ ନାମିତ ହେବ ସ୍ୱାସ୍ଥ୍ୟ ମିଶନ ତାଲିମ କେନ୍ଦ୍ର 

ବୌଦ୍ଧ : କୋଭିଡ-୧୯ ସଂକ୍ରମଣ ସମୟରେ ରୋଗୀମାନଙ୍କ ସେବା କରି ଶେଷରେ କୋଭିଡ ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ଡା. ବିଶ୍ୱନାଥ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ତାଲିମ କେନ୍ଦ୍ରକୁ ସ୍ୱର୍ଗତ ଡା. ରାଉତଙ୍କ ନାମରେ ନାମିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ବୌଦ୍ଧ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ଏନେଇ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି।

ସ୍ୱର୍ଗତ ଡା. ରାଉତ କୋଭିଡ ସମୟରେ ବୌଦ୍ଧ କୋଭିଡ କେନ୍ଦ୍ରରେ ନିଯୁକ୍ତ ହୋଇ ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା କରିବାପରେ ନିଜେ ସଂକ୍ରମଣର ଶୀକାର ହୋଇଥିଲେ। ବୌଦ୍ଧଠାରେ ତାଙ୍କର ଅବସ୍ଥା ଗୁରୁତର ହେବାପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଏୟାର ଆମ୍ବୁଲାନସରେ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା। ଡାକ୍ତରମାନଙ୍କ ଅନେକ ଉଦ୍ୟମ ପରେ ମଧ୍ୟ ଦୀର୍ଘଦିନ କୋମା ରେ ରହିବାପରେ ଗତ ଅକ୍ଟୋବର ୩୦ ତାରିଖରେ ମାତ୍ର ୪୦ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିଲା। ସ୍ୱର୍ଗତ ଡା. ରାଉତ ଅତ୍ୟନ୍ତ ମେଳାପି ସ୍ୱଭାବ ସହିତ ନିଷ୍ଠାର ସହିତ ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ସରକାରଙ୍କ ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ଡାକ୍ତର ରାଉତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିବାବେଳେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ମିଶନର ତାଲିମ କେନ୍ଦ୍ରକୁ ତାଙ୍କରି ନାମରେ ନାମକରଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories