www.samajalive.in
Tuesday, December 9, 2025
17.1 C
Bhubaneswar

ଡିପିଆଇଆଇଟି ରାଙ୍କିଙ୍ଗ: ଷ୍ଟାର୍ଟଅପ ଇକୋସିଷ୍ଟମ ପ୍ରଦାନରେ ଶୀର୍ଷରେ ଗୁଜରାଟ, ଲିଡ଼ରସ ଶ୍ରେଣୀରେ ଓଡ଼ିଶା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନେଇ ଡିପିଆଇଆଇଟି ରାଙ୍କିଙ୍ଗ । ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ(ଡିପିଆଇଆଇଟି) ପକ୍ଷରୁ ପ୍ରକାଶିତ ଏହି ରାଙ୍କିଙ୍ଗରେ ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟ ଶୀର୍ଷରେ ରହି ପ୍ରଥମ ସ୍ଥାନ ଅଧିକାର କରିଛି । ଉଦ୍ୟୋଗ ଗୁଡିକ ପାଇଁ ଷ୍ଟାର୍ଟଅପ ଇକୋସିଷ୍ଟମ ବିକାଶ କ୍ଷେତ୍ରରେ ରାଜ୍ୟକୁ ଏହି ମାନ୍ୟତା ମିଳିଛି। ଓଡିଶା ଏହି ରାଙ୍କିଙ୍ଗରେ ଲିଡରସ ଶ୍ରେଣୀରେ ସ୍ଥାନ ପାଇଛି।

ଦେଶର ୨୨ ରାଜ୍ୟ ଏବଂ ୩ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଉପରୋକ୍ତ ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । ରାଙ୍କିଙ୍ଗ ପାଇଁ ରାଜ୍ୟ ଗୁଡିକୁ ଦୁଇଟି ଭାଗରେ ବିଭକ୍ତ କରାଇଯାଇଛି। ଆସାମ ବ୍ୟତୀତ ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ୱାଇ ଏବଂ ଦିଲ୍ଲୀ ସହ ଅନ୍ୟ ରାଜ୍ୟକୁ ଏକ୍ସ ବର୍ଗରେ ରଖାଯାଇଛି। ଆଗକୁ ଏହି ରାଙ୍କିଙ୍ଗ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଇକୋସିଷ୍ଟମ ବିକାଶ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଏଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ବେଷ୍ଟ ପରଫରମର ,ଟପ ପରଫରମରସ , ଲିଡ ରସ, ଆସପାୟାରିଂ ଲିଡରସ ଏବଂ ଇମରଜିଂ ଷ୍ଟାର୍ଟ ଅପ ଇକୋସିଷ୍ଟମ ଭଳି ପାଞ୍ଚଭାଗରେ ବିଭକ୍ତ କରାଯାଇଛି । ତେବେ ବିହାର,ମହାରାଷ୍ଟ୍ର, ଚଣ୍ଡୀଗଡ ସହ ଓଡ଼ିଶା ଏହି ରାଙ୍କିଙ୍ଗରେ ଲିଡରସ ଶ୍ରେଣୀରେ ସ୍ଥାନ ପାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories