www.samajalive.in
Saturday, December 6, 2025
16.1 C
Bhubaneswar

ଭାରତର ବାୟୁ ଅଧିକ ପ୍ରଦୂଷିତ : ଟ୍ରମ୍ପ

ଓ୍ୱାସିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନ ପାଖେଇ ଆସୁଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଶେଷ ହୋଇଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଚଳିତଥର ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଏହି ଅବସରରେ ମୁହାଁମୁହିଁ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରିପବ୍ଲିକେଟ୍ ପାର୍ଟି ପ୍ରାର୍ଥୀ ଜୌଏ ବିଡେନ୍। ପ୍ରେସିଡେନ୍ସିଆଲ୍ ଡିବେଟ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ଋଷ ଏବଂ ଚୀନକୁ ଟାର୍ଗେଟ୍ କରିଥିବା ଦେଖାଯାଇଛି।

ଡିବେଟ୍‌ରେ ଟ୍ରମ୍ପଙ୍କ ଭାରତ ଉଦ୍ଦେଶ୍ୟରେ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଡ଼ିବେଟରେ ବିଶ୍ବ ଜଳବାୟୁ ପ୍ରସଙ୍ଗ ଚାଲିଥିବା ସମୟରେ ଟ୍ରମ୍ପ ଭାରତ,ଋଷ ଏବଂ ଚୀନର ବାୟୁ ଆମେରିକା ତୁଳନାରେ ଅଧିକ ପ୍ରଦୂଷିତ ଥିବା କହିଛନ୍ତି। ଏମିତିକି ଏହି ଦେଶମାନେ ନିଜ ବାୟୁର ଯତ୍ନ ନେଉନଥିବା ମଧ୍ୟ ସେ କହିଛନ୍ତି। ଆମେରିକା ତାର ବାୟୁକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯତାସମ୍ଭବ ପ୍ରୟାସ କରୁଛି। ମାତ୍ର ଭାରତ ଭଳି ଦେଶ ଏହା କରୁନଥିବା ଟ୍ରମ୍ପ କହିଛନ୍ତି।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories