www.samajalive.in
Monday, December 8, 2025
13.1 C
Bhubaneswar

ଭାରତ-ପାକିସ୍ତାନ ଉତ୍ତେଜନା ହ୍ରାସ ପାଇଁ ମଧ୍ୟସ୍ଥତା କରୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ତେବେ ଏହି ଉତ୍ତେଜନା ହ୍ରାସ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରୁଥିବା ଗୁରୁବାର ସୂଚନା ଦେଇଛନ୍ତି। ଭିଏତନାମର ହନୋଇଠାରେ ଟ୍ରମ୍ପ କହିଛନ୍ତି ଯେ ଖୁବଶୀଘ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ଉତ୍ତେଜନା ହ୍ରାସ ହେବ ଓ ଯଥୋଚିତ୍‍, ସକରାତ୍ମକ ସମାଚାର ଆସିବ। ପାକିସ୍ତାନ ଓ ଭାରତ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ସେ ମଧ୍ୟସ୍ଥତା କରୁଛନ୍ତି।
ବୁଧବାର ଭାରତୀୟ ଜାତୀୟ ସୁରକ୍ଷା ପରମାର୍ଶଦାତା ଅଜିତ ଡୋଭାଲ ଏବଂ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‍ ପମ୍ପେୟୋଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଥିଲା ଏବଂ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ସେ ଭାରତ ସହ ଥିବା ପ୍ରକାଶ କରିଥିଲା।
ପ୍ରକାଶଯୋଗ୍ୟ ଯେ ଭାରତୀୟ ବାୟୁ ସେନା ମଙ୍ଗଳବାର ପାକିସ୍ତାନର ବାଲାକୋଟଠାରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣା ଉପରେ ବୋମା ପକାଇଥିଲା। ଏହାପରେ ବୁଧବାର ପାକିସ୍ତାନ ବାୟୁସେନାର ଯୁଦ୍ଧ ବିମାନ ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରିଥିଲା। ଏହାକୁ ପଛ କରି ଭାରତର ଏକ ମିଗ୍‍-୨୧ ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରି ଗୋଟିଏ ଏଫ-୧୬ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଥିଲା। ପାକିସ୍ତାନ ଯୁଦ୍ଧ ବିମାନ ଆକ୍ରମଣରେ ଭାରତର ଏକ ମିଗ୍‍-୨୧ ବିମାନ ନଷ୍ଟ ହୋଇଯାଇଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories