www.samajalive.in
Tuesday, December 9, 2025
15.1 C
Bhubaneswar

ପିଓକେରେ ଅଦମ୍ୟ ସାହସିକତା ଦେଖାଇଥିଲେ ଅଭିନନ୍ଦନ

ମୁଜାଫରାବାଦ : ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପୂର୍ବରୁ ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଅଦମ୍ୟ ସାହାସିକତା ପ୍ରଦର୍ଶନ କରିଥିଲେ ବୋଲି ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ବୁଧବାର ସୀମା ଉଲ୍ଲଙ୍ଘନ କରିଥିବା ପାକିସ୍ତାନର ଗୋଟିଏ ଏଫ-୧୬ ଯୁଦ୍ଧ ବିମାନକୁ ମାରି ତଳକୁ ଖସାଇ ଦେବା ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭର୍ତମାନଙ୍କ ମିଗ୍‍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଫଳରେ ତାଙ୍କୁ ପାରାଚ୍ୟୁଟ୍‍ ଯୋଗେ ଓହ୍ଲାଇବାକୁ ପଡ଼ିଥିଲା। ସେ ଓହ୍ଲାଇଥିବାସ୍ଥାନ ପାକିିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ବୋଲି ଜାଣିପାରିବା ପରେ ଅଧିକ ସଚେତନ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଏକାଠି ହୋଇ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଫଳରେ ସେଠାରେ ଥିବା ଏକ ପୋଖରୀରେ ପଶି ସେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ କରିଦେଇଥିଲେ। ଏହାପରେ ସେ ଭାରତ ଆଡ଼କୁ ଅଗ୍ରସର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କ ପିଛା କରିଥିଲେ। ସେ ଚାହୁଁଥିଲେ ଯେ ଲୋକେ ତାଙ୍କ ପିଛା ନକରନ୍ତୁ। ତେଣୁ ସେ ୨ଟି ବ୍ଲାଙ୍କ ଫାୟାରିଂ କରିଥିଲେ। ପାଖରେ ସର୍ଭିସ ରିଭଲଭର ଥିବା ପରେ ବି ଅଭିନନ୍ଦନ ଲୋକଙ୍କ ଉପରକୁ ଗୁଳି ମାଡ଼ କରିନଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଏକ ବଡ଼ ପଥର ତାଙ୍କ ଗୋଡ଼ରେ ବାଜିବା ପରେ ସେ ତଳେ ପଡ଼ିଯାଇଥିଲେ। ସେଠାରେ ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ। ରକ୍ତାକ୍ତ ହେବା ପରେ ବି ସେ ଅସ୍ତ୍ର ବିହୀନ ଲୋକଙ୍କ ଉପରେ ଗୁଳି ନଚଳାଇ ଅଦମ୍ୟ ସାହାସିକତା ଦେଖାଇଥିଲେ। ପରେ ପାକିସ୍ତାନ ସେନା ଆସି ତାଙ୍କୁ ସେଠାରୁ ନେଇଯାଇଥିଲା। ପାକିସ୍ତାନ ସେନା ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ ବି ସେ କିଛି କହିନଥିଲେ। ଜେନେଭା ରାଜିନାମା ଅନୁସାରେ ସେ କେବଳ ନିଜ ନାମ, ପଦ ଓ ର‍୍ୟାଙ୍କ କହିଥିଲେ। ପାକିସ୍ତାନୀ ସେନାର ଅନ୍ୟ କୌଣସି ପ୍ରଶ୍ନର ସେ ଉତ୍ତର ଦେଇନଥିଲେ।
ଅଭିନନ୍ଦନଙ୍କ ବାପା ଅବସରପ୍ରାପ୍ତ ଏୟାର ମାର୍ଶାଲ ଏସ୍‍ ଭର୍ତ୍ତମାନ ପୂର୍ବରୁ ବାୟୁସେନାର ପାଇଲଟ ରହି ସାରିଛନ୍ତି। ସେ ନିଜର ଏକ ବାର୍ତ୍ତାରେ କହିଛନ୍ତି ଯେ ଅଭି ଜୀବୀତ ଅଛି। ସେ ଆହତ ନୁହେଁ। ସେ ମାନସିକସ୍ତରରେ ମଜଭୁତ ଅଛି। ଦେଖ ସେ ଭିଡ଼ିଓରେ କିଭଳି ସାହସିକତାର ସହ କଥା କହୁଛି। ତା ପାଇଁ ଆମେ ଗର୍ବିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories