ସୋୟାବିନ ପଲାଉ
ଚାଉଳ – ୨କପ
ସୋୟାବିନ – ୧କପ
ସିଝା ମଟର – ୧କପ
କଟା ପିଆଜ – ୧ଟି
ଗୋଲମରିଚ ଗୁଣ୍ଡ – ୧ଚାମଚ
କଟା ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କୁକରରେ ପାଣି ଓ ଚାଉଳ ପକାଇ ଗୋଟିଏ ସିଟି ଦେଇ ଏହାକୁ ସିଝାଇ ଦିଅନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ରରେ ପାଣି ଗରମ କରି ସୋୟାବିନ ସିଝାଇ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପୁଣି ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ ଭାଜନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲେ ଏଥିରେ ସୋୟାବିନ, ମଟର, ସିଝାଇଥିବା ଚାଉଳକୁ ପକାନ୍ତୁ। ଏବେ ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ, କଟା ଧନିଆ ପତ୍ର ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ସୋୟାବିନ ପଲାଉ।