www.samajalive.in
Monday, December 8, 2025
14.1 C
Bhubaneswar

‘ସମଝୌତା ଏକ୍ସପ୍ରେସ’କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ: ଗୁରୁବାର ପାକିସ୍ତାନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ବତ୍ତି ନେଇଛି । ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ଏକମାତ୍ର ରେଳ ସେବାକୁ ପାକିସ୍ତାନ ବନ୍ଦ କରିଦେଇଛି । ସୋମବାର ଏବଂ ଗୁରୁବାର ଦିନ ଏହି ରେଳ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରେ । ସପ୍ତାହକୁ ମାତ୍ର ଦୁଇ ଥର ଚଳପ୍ରଚଳ କରୁଥିବା ସମଝୌତା ଏକ୍ସପ୍ରେସ ଲାହୋର ଠାରେ ଅଟକି ରହିଥିବା ସୂଚନା ମିଳିଛି ।

ପୁଲୱାମା ଆକ୍ରମଣ ପରେ ଭାରତର ଗୋଟିଏ ପରେ ଗୋଟିଏ କଡା କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଗୁରୁବାର ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ରେଳ ସେବା ଜାରି ରହିବ ବୋଲି ବୁଧବାର ଭାରତ ପକ୍ଷରୁ କୁହାଯାଇଥିଲା । ଆଜି ସକାଳ ୮ଟାରେ ୧୬ ଯାତ୍ରୀଙ୍କୁ ନେଇ ଏହି ରେଳ ପାକିସ୍ତାନର କରାଚି ଠାରୁ ଯାତ୍ରା ଆରମ୍ଭ କରିଥିଲା । ହେଲେ ପାକିସ୍ତାନ ରେଳ ବିଭାଗ କର୍ତ୍ତୃପକ୍ଷ ଏହି ଟ୍ରେନ୍‌କୁ ଲାହୋର ଠାରେ ଅଟକାଇ ରଖିଛନ୍ତି । ସେଠାରେ ରେଳ ଯାତ୍ରୀମାନଙ୍କୁ ମଧ୍ୟ ଅଟକାଇ ରଖାଯାଇଥିବା ଜଣାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ ହେବା ଯାଏଁ ସମ୍‌ଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

- Advertisement -

ସୂଚନାଯୋଗ୍ୟ, ୧୯୭୧ ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପରେ ୨୨ ଜୁଲାଇ ୧୯୭୬ରେ ପାକିସ୍ତାନ ଓ ଭାରତ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା। ‘ସମଝୌତା’ ବା ବୁଝାମଣାରୁ ଏହି ଟ୍ରେନର ନାମ ସମଝୌତା ଏକ୍ସପ୍ରେସର ରଖାଯାଇଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories