www.samajalive.in
Friday, December 12, 2025
15.1 C
Bhubaneswar

ଜାଣନ୍ତୁ କିଏ କରୁଛି ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ ଏବଂ କିଏ ବହନ କରିବ ଖର୍ଚ୍ଚ

ଅହମ୍ମଦାବାଦ: ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ସମୟରେ ସେ ୨୪ ତାରିଖରେ ଗୁଜରାଟର ଅହମ୍ମଦାବାଦ ଗସ୍ତ କରିବେ। ଅହମ୍ମଦାବାଦରେ ସେ ୩ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଟ୍ରମ୍ପ ବଶ୍ବର ସର୍ବ ବୃହତ ଷ୍ଟାଡିୟମ ‘ମୋର୍ଟାର’ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମକୁ ନେଇ ସବୁଆଡେ ଚର୍ଚ୍ଚା ଲାଗିରହିଛି। ବିଶ୍ବର ସର୍ବ ବୃହତ ଷ୍ଟାଡିୟମକୁ ଟ୍ରମ୍ପ ଉଦଘାଟନ କରିବା ସହ ଏଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହେବ । ତେବେ କିଏ କରୁଛି ଏହି କାର୍ଯ୍ୟକ୍ରମର ଆୟାଜନ ଏବଂ କିଏ ବହନ କରିବ ଏହି କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ଆସନ୍ତୁ ଜାଣିବା…….

ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ଆୟୋଜକ

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାରଙ୍କ ସୂଚନା ଅନୁସାରେ ଗୁଜୁରାଟର ମୋର୍ଟାର ଷ୍ଟାଡିୟମରେ ଆୟୋଜନ କରାଯାଉଥିବା ‘ନମସ୍ତେ ଟମ୍ପ’ କାର୍ଯ୍ୟକ୍ରମର ଆୟାଜନ ‘ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ ସମିତି’ ପକ୍ଷରୁ କରାଯାଇଛି। ଏହି ସମିତି ଟ୍ରମ୍ପଙ୍କ ଭାରତ ଗସ୍ତକୁ ଆଖି ଆଗରେ ରଖି ତିଆରି କରାଯାଇଛି। ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ବିଶିଷ୍ଟ ଅତିଥିଙ୍କ ଗସ୍ତ ପାଇଁ ଏପରି କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ହଷ୍ଟନର ଏନଆରଜି ଷ୍ଟାଡିୟମରେ ଆୟୋଜିତ ହାଓଡି ମୋଦୀ କାର୍ଯ୍ୟକ୍ରମ ଏହିପରି ଭାବେ ଆୟୋଜନ କରାଯାଇଥିଲା।

- Advertisement -

କିଏ ଉଠାଇବ ମୋର୍ଟାର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମର ଖର୍ଚ୍ଚ

ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗୁଜୁରାଟ ଗସ୍ତ ଆୟୋଜନ ସମୟରେ ହେଉଥିବା ସମସ୍ତ ଖର୍ଚ୍ଚର ଏକ ବଡ ଅଂଶ ଭାରତ ସରକାର ବହନ କରିବେ। ପ୍ରୋଟକଲ୍ ସୁରକ୍ଷା ତଥା ଅତିଥି ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତ ସମୟରେ ସମସ୍ତ ଜରୁରି ସୁବିଧା ସମ୍ଭଦୀୟ ଖର୍ଚ୍ଚ ମଧ୍ୟ ଭାରତ ସରକାର ବହନ କରିବେ। କିନ୍ତୁ ଏହା ବାଦ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଭିନନ୍ଦନ,ମୋର୍ଟାର ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ‘ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ ସମିତି’ ପକ୍ଷରୁ ବହନ କରାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories