www.samajalive.in
Monday, December 15, 2025
26.1 C
Bhubaneswar

ପରମାଣୁ ଅସ୍ତ୍ର ପରୀକ୍ଷଣ କରିବେ ଆମେରିକା: ନିର୍ଦେଶ ଦେଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକା ପୁଣି ଥରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ମନ୍ତ୍ରଣାଳୟ(ପେଣ୍ଟାଗନ)କୁ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବାକୁ ନିର୍ଦେଶ ଦେଇଛନ୍ତି । ସେ ରୁଷ ଏବଂ ଚୀନ ସ୍ତରକୁ ପହଞ୍ଚିବା ପାଇଁ ପରୀକ୍ଷଣ କରିବାକୁ କହିଛନ୍ତି । ଆଜି ଚୀନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବା ପରେ, ଟ୍ରମ୍ପ ପରମାଣୁ ପରୀକ୍ଷଣ ନିର୍ଦ୍ଦେଶକୁ ଯଥାର୍ଥ ଦର୍ଶାଇ ଏକ ବିବୃତ୍ତି ଜାରି କରିଛନ୍ତି । ଏହି ସମୟରେ ଟ୍ରମ୍ପଙ୍କ ନିର୍ଦେଶ ପରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଗାମୀ ୨୪ରୁ ୩୬ମାସ ମଧ୍ୟରେ ପରମାଣୁ ପରୀକ୍ଷଣ କରାଯିବ ।

ଟ୍ରମ୍ପ କହିଛନ୍ତି ଯେ ଯଦି ରୁଷ ଏବଂ ଚୀପ ପରମାଣୁ ପରୀକ୍ଷଣ କରିପାରିବେ, ତେବେ ଆମେରିକା କାହିଁକି ସମାନ କରିପାରିବ ନାହିଁ । ଆମେରିକା ବିଶ୍ୱରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ରଶସ୍ତ୍ର ରଖିଛି, ତଥାପି ଆମେ ପରୀକ୍ଷଣ କରିବୁ କାରଣ ଅନ୍ୟ ଦେଶମାନେ ମଧ୍ୟ ପରୀକ୍ଷଣ କରନ୍ତି । ଆମେ କେବେ ଏବଂ କେଉଁଠାରେ ପରମାଣୁ ପରୀକ୍ଷଣ କରିବୁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଆମେ ଶୀଘ୍ର ସ୍ଥାନ ଏବଂ ସମୟ ଚୂଡାନ୍ତ କରି ପରୀକ୍ଷଣ ପାଇଁ ଘୋଷଣା କରିବୁ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories