www.samajalive.in
Friday, December 12, 2025
16.1 C
Bhubaneswar

ଡୋକଲାମ୍‌ରେ ସୁଡ଼ଙ୍ଗ ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ: ଲଦାଖ ସୀମାରେ ବିବାଦର ସମାଧାନ ପାଇଁ ପ୍ରୟାସ ଜାରି ରହିଥିବାବେଳେ ଚୀନ ପକ୍ଷରୁ ଡୋକଲାମ୍‌ଠାରେ ଶୀତ ଋତୁରେ ସୈନ୍ୟଙ୍କ ଗମନାଗମନ ପାଇଁ ସ୍ବତନ୍ତ୍ର ଟନେଲ (ସୁଡ଼ଙ୍ଗ) ନିର୍ମାଣ କରୁଛି ଚୀନ। ଏହି ୫୦୦ମିଟର ଦୀର୍ଘ ଟନେଲ ଡୋକଲାମ୍‌ର ଉତ୍ତର ପଟକୁ ସୁଉଚ୍ଚ ମେରୁଗ୍‌ ଲା ପାସ୍‌ ସହିତ ସଂଯୋଗ କରିବ। ଶୀତ ଋତୁରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବରଫାବୃତ୍ତ ହୋଇଯାଉଥିବାରୁ ଯା’ଆସ ଅସମ୍ଭବ ହୋଇପଡ଼େ। ଏବେ ଆଉ ସେ ସମସ୍ୟା ରହିବ ନାହିଁ। ଏହା ଦ୍ବାରା କେବଳ ଶୀତ ନୁହେଁ; ସବୁ ଋତୁରେ ଯା’ଆସ ସୁବିଧାଜନକ ହେବ। ଯେଉଁ ସ୍ଥାନରେ ଏହି ଟନେଲ ନିର୍ମାଣ ହୋଇଛି ସେଠାରେ ପୂର୍ବରୁ ସାଧାରଣ ରାସ୍ତା ତିଆରି ହୋଇଥିଲା। ଏଥିସହିତ ଡୋକଲାମ ଉପତ୍ୟକାରେ ଚୀନ ସବୁଦିନିଆ ସଡ଼କ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରଖିଛି। ଉପଗ୍ରହ ମାଧ୍ୟମରେ ଏହାର ଚିତ୍ର ଏବେ ହସ୍ତଗତ ହୋଇଛି। ୨୦୧୭ ପରଠାରୁ ଚୀନ ସମ୍ପୃକ୍ତ ଅଞ୍ଚଳରେ ଏଭଳି ନିର୍ମାଣ କାର୍ଯ୍ୟ ଚଳାଇଥିବା ପ୍ରକାଶ। ସିକିମ ଓ ଭୁଟ୍ଟାନ ସୀମାନ୍ତରେ ଥିବା ଡୋକଲାମକୁ ଚୀନ ନିଜର ବୋଲି ଦାବି କରୁଛି। ଷହାକା ଲା, ବଯଙ୍ଗ ଲା, ମିରଗ ଲା ଓ ସିନ୍‌ଚେ ଲା ଭଳି ୪ଟି ସାରଣୀ ଦେଇ ଚୀନ ଡୋକଲାମକୁ ଯୋଗ​‌େ​‌ଯାଗ କରୁଛି। ଡୋକଲାମକୁ ନେଇ ୨୦୧୭ରେ ଭାରତ ଓ ଚୀନ ମୁହାଁମୁହିଁ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories