www.samajalive.in
Thursday, December 11, 2025
15.1 C
Bhubaneswar

ରେତଙ୍ଗରୁ ପଟିଆ ରେଳ ଧାରଣାରେ ୪ ବର୍ଷରେ ୩୦୪ଜଣଙ୍କ ଆତ୍ମହତ୍ୟା, କଳ୍ପନା ଓଭରବ୍ରିଜ୍‌ ପାଲଟିଛି ‘ସୁଇସାଇଡ୍‍ ପଏଣ୍ଟ’

ଭୁବନେଶ୍ୱର: ରେଳଧାରଣାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସମୟରେ ମାନସିକ ଅବସାଦଜନିତ ଆତ୍ମହତ୍ୟା ପ୍ରମୁଖ କାରଣ ହୋଇଛି। ତେବେ ନିର୍ଦିଷ୍ଟ କେତେକ ସ୍ଥାନକୁ ଆତ୍ମହତ୍ୟା ସ୍ଥଳଭାବେ କାହିଁକି ବାଛୁଛନ୍ତି ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ବିଭିନ୍ନ ସ୍ଥାନରେ ହତ୍ୟାକରି ରେଳଧାରଣାରେ ଫିଙ୍ଗିଦେଇ ଆତ୍ମହତ୍ୟାର ରୂପ ଦିଆଯାଉଥିବାବେଳେ ମାନସିକ ଭାରସାମ୍ୟ ହରାଉଥିବା ଲୋକ ରାଜଧାନୀର କଳ୍ପନା ରେଳ ଓଭରବ୍ରିଜ୍‌କୁ ଆତ୍ମହତ୍ୟାର ପ୍ରକୃଷ୍ଟ ସ୍ଥାନଭାବେ ବାଛି ନେଇଛନ୍ତି।
ଭୁବନେଶ୍ୱର ରେଳବାଇ ଥାନା ଅଞ୍ଚଳରେ ଆତ୍ମହତ୍ୟା ସଂଖ୍ୟା ଉଦ୍‍ବେଗଜନକ ରହିଛି। ଗତ ୪ବର୍ଷ ମଧ୍ୟରେ ପଟିଆରୁ ତାପଙ୍ଗ ମଧ୍ୟରେ ୩୦୪ଜଣ ରେଳଧାରଣାରେ ଆତ୍ମହତ୍ୟା କରିଛନ୍ତି। ୨୦୧୭ରେ ୭୯, ୧୮ରେ ୯୪, ୧୯ରେ ୯୧ ଜଣ ଭୁବନେଶ୍ୱର ରେଳବାଇ ପୁଲିସ ଅଞ୍ଚଳରେ ଆତ୍ମହତ୍ୟା କରିଥିବାବେଳେ ୨୦୨୦ରେ ୪୦ ଜଣ ରେଳଧାରଣାରେ ଆତ୍ମହତ୍ୟା କରିଛନ୍ତି ବୋଲି ରେଳବାଇ ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ କହିଛନ୍ତି। ରାଜଧାନୀ​‌​‌ରେ ଆତ୍ମହତ୍ୟା କରୁଥବା ଲୋକଙ୍କ ପରିଚୟ ମିଳୁଥିବା ବେଳେ ବାହାରୁ ଆସି ଏଠାରେ ଆତ୍ମହତ୍ୟା କରୁଥିବା ୧୦ଭାଗ ଲୋକଙ୍କ ପରିଚୟ ମିଳିପାରୁ ନାହିଁ। ପ୍ରତିବର୍ଷ ୧୦ରୁ ଅଧିକ ଲୋକ ଲିଙ୍ଗରାଜ ଷ୍ଟେସନ ଓ ରାଜମହଲ-କଳ୍ପନା ମଧ୍ୟରେ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ନଜରକୁ ଆସିଛି। ରେଳ ଧାରଣାଠାରୁ ଅଳ୍ପ ଦୂରରେ ରହୁଥବା ଲୋକେ ଘରୋଇ ଗଣ୍ଡଗୋଳ ହେଉ କିମ୍ବା ଅନ୍ୟ କାରଣ ପାଇଁ ଏହି ସ୍ଥାନକୁ ବାଛି ନେଉଛନ୍ତି।

ରବିବାର ଜଣେ ଯୁବକ କଳ୍ପନା ଓଭରବ୍ରିଜ୍‌ ତଳେ ଆତ୍ମହତ୍ୟା କରିଛନ୍ତି। ଏହି ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଜନଗହଳିପୂର୍ଣ୍ଣ ରାସ୍ତାର ଏହି ଓଭରବ୍ରିଜ୍‌ ତଳେ ପ୍ରତିବର୍ଷ କିଛି ଲୋକ ଆତ୍ମହତ୍ୟା କରୁଥିବାରୁ ଏହାକୁ କେହି କେହି ‘ସୁଇସାଇଡ୍‌ ପଏଣ୍ଟ’ ଭାବେ ଅଭିହିତ କରୁଛନ୍ତି। ଏହାଛଡ଼ା ଲିଙ୍ଗରାଜ ଷ୍ଟେସନରେ ମଧ୍ୟ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଦିତ୍ୟ ଦାସ ଲିଙ୍ଗରାଜ ରେଳଷ୍ଟେସନ ନିକଟରେ ଆତ୍ମହତ୍ୟା କରିଥିଲେ। ଅଦ୍ୟାବଧି ଏହି ଘଟଣାର ତଦନ୍ତ ସରିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories