www.samajalive.in
Monday, December 8, 2025
14.1 C
Bhubaneswar

ଶୁଆ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇଲା କୁକୁର: ସାପ ସହ ଲଢିଲା, ଆଉ ତାପରେ..

କୁକୁରମାନେ କେବଳ ବିଶ୍ବସ୍ତ ନୁହନ୍ତି, ବହୁତ ସାହସୀ ମଧ୍ୟ। ସେମାନେ ନିଜ ମାଲିକର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। ପ୍ରାୟତଃ ଦେଖିବାକୁ ମିଳେ, ଯେତେବେଳେ କୌଣସି ବିପଜ୍ଜନକ ଜୀବ କିମ୍ବା ଅଜଣା ବ୍ୟକ୍ତି ଘରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ସର୍ବପ୍ରଥମେ ସେମାନଙ୍କୁ ଏହି କୁକୁରକୁ ହିଁ ସାମ୍ନା କରିବାକୁ ପଡ଼ିଥାଏ। ସାମାନ୍ୟ ବିପଦର ଆଶଙ୍କା ହେବା ମାତ୍ରେ ସେ ଆକ୍ରମଣ କରିଦିଏ। ଏବେ ସାମାଜିକ ଗଣମାଧ୍ୟମରେ ଏହିପରି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ଗୋଟିଏ ସାପ ଘରେ ପକ୍ଷୀମାନଙ୍କ ପିଞ୍ଜରାରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହା ଦେଖି କୁକୁର ନିଜ ଜୀବନ କଥା ନଭାବି ତା’ସହ ଲଢେଇ କରୁଛି। ତା’ପରେ ଯାହା ଘଟୁଛି, ତାହା ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।


ଭାଇରାଲ୍‌ ଭିଡିଓରେ ଆପଣ ଦେଖି ପାରୁଥି​‌ବେ ଯେ, ଶୁଆକୁ ଖାଇବା ପାଇଁ ଏକ ସାପ ତା’ ପିଞ୍ଜରାରେ ପଶୁଛି। ସାପଟି ବହୁତ ବଡ଼ ଓ ଭୟଙ୍କର ଦେଖାଯାଉଛି। ଅପରପକ୍ଷେ, ମୃତ୍ୟୁକୁ ଆଖି ଆଗରେ ଦେଖି ଶୁଆ ଭୟଭୀତ ହୋଇ ଛଟପଟ ହେଉଛି। ଏହି ସମୟରେ ଘରର ପୋଷା କୁକୁର ନିଜ ଜୀବନକୁ ବାଜି ଲଗାଇ ଆସି ସାପ ସହ ଲଢେଇ କରୁଛି। ଭିଡିଓ​ରେ ଦେଖାଯାଉଛି ଯେ, ସାପ ଶୁଆକୁ ଖାଇବା ପୂର୍ବରୁ କୁକୁର ତାକୁ କାମୁଡ଼ି ପିଞ୍ଜରା ଭିତରୁ ଟାଣି ଆଣୁଛି। ଏହାପରେ ସାପକୁ ସେଠାରୁ ଦୂରକୁ ନେଇ ଯାଉଛି। ଏହି ସମୟରେ କୁକୁର ସାପର ଅନେକ ଜାଗାକୁ କାମୁଡ଼ି ମଧ୍ୟ ଦେଉଛି।

- Advertisement -

ଏହି ଭିଡିଓ ଦେଖି ଆପଣ ଅନୁମାନ କରି ପାରୁଥିବେ ଯେ, କୁକୁର ବିଶ୍ବସ୍ତ ହେବା ସହ ବୁଦ୍ଧିମାନ ପଶୁ ମଧ୍ୟ। ସାପକୁ ଧରିବା ପରେ ସେ ସେହି ସ୍ଥାନରେ ତା’ ସହ ଲଢୁନାହିଁ। କାରଣ ସେ ଜାଣିଥିଲା, ଯଦି ସାପ ଖସିଯାଏ ତାହଲେ ସେ ପୁଣି ପିଞ୍ଜରାରେ ପଶି ପକ୍ଷୀମାନଙ୍କ ଉପରେ ଆକ୍ରମଣ କରିପାରେ। ତେଣୁ କୁକୁର ତାକୁ ବାହାରକୁ ନେଇଯାଉଛି।

ଏହି ଭିଡିଓକୁ ଅରବିନ୍ଦ କୁମାର ନାମକ ୟୁଜର ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାସହ କ୍ୟାପ୍ସନରେ ଲେଖିଛନ୍ତି, ‘ସାହସୀ କୁକୁର’। ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍‌ କରି ସାରିଲେଣ। ଏଥିସହ ସମସ୍ତେ କୁକୁରକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories