www.samajalive.in
Wednesday, November 12, 2025
28.1 C
Bhubaneswar

ପୁଣି କୁକୁର କାମୁଡାରେ ୬ ଆକ୍ରାନ୍ତ

କଲମପୁର : ପୁଣି କୁକୁର କାମୁଡାରେ ୬ ଜଣ ଆକ୍ରାନ୍ତ ହେଇଛନ୍ତି। ଗତ ଗୁରୁବାର ଦିନ କଲମପୁର ପଂଚାୟତ ଅଧିନସ୍ଥ କସାବାହୀ ଓ ଶାଗବାରୀର ୬ ଜଣ କୁକୁର କାମୁଡାରେ ଆକ୍ରାନ୍ତ ହେଇଥିବା ବେଳେ ଶୁକ୍ରବାର ପୁଣି କଲମପୁରର ରଘୁନାଥ ସାହୁ ୪୫ ବର୍ଷ, ହରିପ୍ରିୟା ହଂସ ୯ ବର୍ଷ, ରୁକମଣି ଭୋଇ ୨୦ ବର୍ଷ, କର୍ପୁର ପଟ୍ଟନାୟକ ୬୦ ବର୍ଷ, ଜନ୍ମିତା ରଣା ୨୮ ବର୍ଷ, ନିର୍ମଳ ହଂସ ୨ ବର୍ଷ ପ୍ରମୁଖ ୬ ଜଣଙ୍କୁ କୁକୁର କାମୁଡି ଦେବା ପରେ ସାଧାରଣରେ କୁକୁର ପ୍ରତି କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ଘରରୁ ବାହାରକୁ ବାହାରିବା ପାଇଁ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି। ଦୁଇ ଦିନ ମଧ୍ୟରେ ୧୨ ଜଣ ଲୋକ କୁକୁର କାମୁଡାରେ ଆକ୍ରାନ୍ତ ହେଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଲୋକଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ଦିନକୁ ଦିନ କଂସେଇ ଖାନା ସବୁ ବୃଦ୍ଧି ପାଉଥିବାରୁ ମାଳ ମାଳ କୁକୁରର ପ୍ରଭାବ ବୃଦ୍ଧି ପାଉଛି। ଏହି ସବୁ କଂସେଇଖାନାର ବର୍ଜ୍ୟ ମାଂସ ଓ ରକ୍ତ ଚାଟି କୁକୁର ସବୁ ହିଂସ୍ର ହେଇ ଉଠୁଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉ ନାହିଁ। ପ୍ରାତଃ ଭ୍ରମଣ ଓ ସାଂଧ୍ୟ ଭ୍ରମଣ କରୁଥିବା ଲୋକ ଏବେ କୁକୁର ଭୟରେ ଘରୁ ବାହାରୁ ନାହାନ୍ତି। ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଅନ୍ୟପଟେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡାର ପ୍ରତିଷେଧକ ଟୀକା ନଥିବା ଏବଂ ବର୍ତମାନ କରୋନା ସଂକ୍ରମଣ ରୋକିବା ପାଇଁ ଯାନ ବାହାନ ଚଳା ଚଳ ବନ୍ଦ ରହିଥିବାରୁ ଗରୀବ ଲୋକ ନିଜ ସଂପର୍କୀୟଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ପୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ପୋରଣ ଘଟଣାରେ ସାମ୍ନାକୁ ଆସିଲା...

ଏସ୍‌ଆଇ ସ୍କାମ୍‌ : ଶଙ୍କରର କେୟାର ଟେକର ଗିରଫ

ଭୁବନେଶ୍ବର: ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର...

ତ୍ରୁଟିଶୂନ୍ୟ ମ୍ୟାଚ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି। କଟକ...

Related Articles

Popular Categories