ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ନୂଆ ଏସି କିଣିବାକୁ ଯାଉଛନ୍ତି ତେବେ ଇନଭର୍ଟର ଏବଂ ବିନା-ଇନଭର୍ଟର ଏସି ମଧ୍ୟରେ ପାର୍ଥକ୍ୟ ବୁଝିବା ଜରୁରୀ । ଅନେକ ଲୋକ ଇନଭର୍ଟର ଏସିରେ ଇନଭଟରର କାର୍ଯ୍ୟ ସଠିକ ଭାବେ କିପରି ହୋଇଥାଏ ତାହା ଜାଣି ନାହାଁନ୍ତି । ଏସି କିଣିବା ପୂର୍ବରୁ ଏସି ସହିତ ଜଡିତ ସମସ୍ତ ତଥ୍ୟ ଜାଣିବା ଉଚିତ । ବଜାରରେ ଆପଣ ଇନଭର୍ଟର ଏସି ଏବଂ ବିନା ଇନଭର୍ଟର ଏସି ଉଭୟ ପାଇପାରିବେ । କିନ୍ତୁ ଅଧା ଲୋକ ଇନଭର୍ଟର ଏସି କିଣିବାକୁ ପସନ୍ଦ କରନ୍ତି । ଯଦି ଆପଣ ଭାବୁଛନ୍ତି କି ଇନଭର୍ଟର ଏସି ବିଜୁଳୀ ଚାଲିଗଲା ପରେ ବି ଚାଲୁ ରହିବ ତାହା ଆପଣ ଭୁଲ ଭାବୁଛନ୍ତି ।
ଏସିରେ ଇନଭର୍ଟର ଅର୍ଥ ହେଉଛି ଶକ୍ତି ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା, ଯାହାକି ମୋଟରର ଗତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାଏ ।
ବିଦ୍ୟୁତ ଚାଲିଗଲେ ବି ଆପଣଙ୍କ ଘରେ ଥିବା ଇନଭର୍ଟରରେ ଏସି ଚାଲିପାରିବ । ଆପଣଙ୍କ ଘରେ ଥିବା ଇନଭର୍ଟରରେ ଇନଭର୍ଟର ଏସି ଚାଲିବ କିନ୍ତୁ ଏହା ଇନଭର୍ଟରର କ୍ଷମତା ଉପରେ ନିର୍ଭର କରେ । ଘରେ କେବେ କ୍ଷମତା ବିଶିଷ୍ଟ ଇନଭର୍ଟର ଲାଗିଛି ତାହା ଉପରେ ନିର୍ଭର କରେ । ହେଲେ ଇନଭର୍ଟରରେ ଏସି ଚଲାଇବାକୁ ବାରଣ କରାଯାଇଛି । କାରଣ ଏସି ଅଧିକ ଲୋଡ୍ ନେବ ଯାହା ଇନଭର୍ଟର ଉପରେ ଅଧିକ ଚାପ ପକାଇଥାଏ । ସାଧାରଣତଃ ଘରେ ଲଗାଯାଇଥିବା ଇନଭର୍ଟର ବିଦ୍ୟୁତ ଚାଲିଗଲା ପରେ ଆପଣଙ୍କ ଘରୋଇ ଉପକରଣ ଯେପରିକି ପଙ୍ଖା, ଲାଇଟ୍ ଏବଂ ଟିଭି ଚଳାଇବାରେ ସାହାଯ୍ୟ କରେ । କିନ୍ତୁ ଏସିରେ ଥିବା ଇନଭର୍ଟର ପ୍ରଯୁକ୍ତିବିଦ୍ୟା ବିଦ୍ୟୁତ ସଞ୍ଚୟ କରିବାରେ ସାହାଯ୍ୟ କରେ ।



