www.samajalive.in
Sunday, December 7, 2025
14.1 C
Bhubaneswar

ମାନବିକତା ; କରୋନାରେ ବୃଦ୍ଧାଙ୍କ ମୃତ୍ୟୁ ; ଆଗଧାଡିର କରୋନା ଯୋଦ୍ଧା ଡାକ୍ତର କଲେ ଶବ ସତ୍କାର

ନୂଆଦିଲ୍ଲୀ : କରୋନାର ଆଗ ଧାଡିର ଯୋଦ୍ଧା ଭାବେ ଡାକ୍ତର ଲକ୍ଷ ଲକ୍ଷ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ମାନବିକତା ଦେଖାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି। ନିଜ କର୍ତ୍ତବ୍ୟକୁ ସୂଚାରୁରୂପେ କରିବା ସହ ଏଭଳି କାର୍ଯ୍ୟ କରିଛନ୍ତି, ଯାହା ତାଙ୍କୁ ଆହୁରି ମହାନ କରି ଦେଇଛି। ଏହି ଘଟଣା ସରଦାର ବଲ୍ଲଭଭାଇ ପଟେଲ କୋଭିଡ କେୟାର ସେଣ୍ଟରର। ଏଠାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହେବା ପରେ କେହି ମଧ୍ୟ ତାଙ୍କର ଶବ ସତ୍କାର କରିନଥିଲେ। ଉକ୍ତ ବୃଦ୍ଧାଙ୍କର ପୁଅ କରୋନା ସଂକ୍ରମିତ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ବୃଦ୍ଧାଙ୍କର ସମ୍ପର୍କୀୟ ଓ ପରିଜନମାନେ ଶବ ସତ୍କାର କରିବାକୁ ଅରାଜି ହେଲେ। ଏହି ସମୟରେ ଏକ ହସ୍ପିଟାଲର ସହାୟକ ପ୍ରଫେସର ଡାକ୍ତର ବରୁଣ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଡାକ୍ତର ନିଜର କିଛି ସହଯୋଗୀଙ୍କ ସହ ମିଶି ବୃଦ୍ଧାଙ୍କର ଅନ୍ତିମ ସତ୍କାର କରିଥିଲେ।
ଡାକ୍ତରଙ୍କ କହିବା ଅନୁଯାୟୀ, ଡାକ୍ତରଙ୍କୁ ଏହି ଘଟଣା ବିଷୟରେ ଜଣେ ବନ୍ଧୁ ଫୋନ ଯୋଗେ ଜଣାଇଥିଲେ ଯେ କରୋନାରେ ଜଣେ ୭୭ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି। ମହିଳାଙ୍କ ପୁତ୍ର ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଘଟଣା ବିଷୟରେ ଖବର ପାଇ ନିଜ ସହଯୋଗୀଙ୍କ ସହ ବୃଦ୍ଧାଙ୍କ ଶବ ସତ୍କାର କରିଥିଲେ। ଅସ୍ଥିକୁ ଅଣାଇବା ପାଇଁ ବନ୍ଦୋବସ୍ତ କରିଥିଲେ ଯେପରି ତାଙ୍କ ପୁଅ ଦ୍ୱାରା ବିସର୍ଜନ କରାଯାଇପାରିବ ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories