www.samajalive.in
Sunday, December 7, 2025
23.1 C
Bhubaneswar

କାଲିମେଳାରେ ଡାକ୍ତରଙ୍କୁ ଅପହରଣ: ମାଓବାଦୀଙ୍କ ହାତ ଥିବା ସନ୍ଦେହ, ଚିନ୍ତାରେ ପରିବାର

ମାଲକାନଗିରି/ଫୁଲବାଣୀ: ମାଲକାନଗିରି ଜିଲାର କାଲିମେଳାରେ ଜଣେ ଡାକ୍ତରଙ୍କୁ ଅପହରଣ କରିନିଆଯାଇଛି। ଡାକ୍ତରଙ୍କୁ କିଏ ଓ କାହିଁକି ଅପହରଣ କରିନେଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ବାସଭବନ ସମ୍ମୁଖରୁ ମାଓବାଦୀଙ୍କ ନାମରେ ଏକ ଚିଠି ମିଳିଥିବାରୁ ଏହାକୁ ନେଇ ରହସ୍ୟ ସୃଷ୍ଟି ହୋଇଛି। ଡାକ୍ତରଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି।

ଅପହୃତ ଡାକ୍ତରଙ୍କ ନାଁ ହେଉଛି ଅମ୍ଳାନ କୁମାର ଭୋଇ। ସେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଏକ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ର କରି ତାଙ୍କୁ ଅପହରଣ କରିନିଆଯାଇଥିବା କୁହାଯାଉଛି। ଗତ ଶନିବାର ସେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି ସାରି ନିଜ ସରକାରୀ ବାସଭବନକୁ ଫେରିଥିଲେ। କିନ୍ତୁ ଏହା ପରଠାରୁ ତାଙ୍କର ପତ୍ତା ମିଳୁନାହିଁ। ବାସଭବନରୁ ଗତ ରାତିରେ ତାଙ୍କୁ ଅପହରଣ କରିନିଆଯାଇଥିବା ଅନୁମାନ କରାଯାଉଛି। ଏ ନେଇ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି। ମାଲକାନଗିରି ଏସଡିପିଓ ସଚିନ ପଟେଲ ଏବଂ କାଲିମେଳା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚିଠିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

- Advertisement -

କନ୍ଧମାଳ ଜିଲ୍ଲା ଟିକାବାଲି ଭୋଇ ସାହିର ଯୁବ ଡାକ୍ତର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲା କାଲିମେଳାରୁ ଅପହୃତ ହୋଇ ଯାଇଛନ୍ତି। ସେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବରେ କାର୍ଯ୍ୟକରୁଛନ୍ତି। ଶନିବାର ରାତ୍ର ପ୍ରାୟ ୧୦ ଟାରେ ତାଙ୍କୁ କେହି ଅପହରଣ କରି ନେଇଥିବା ଜଣା ପଡ଼ିଛି । ଏପଟେ ସେ ରହୁଥିବା ଘରେ ମାଓ ପୋଷ୍ଟର ଲାଗିଥିବା କୁହାଯାଉଛି। ସୂଚନା ମୁତାବକ ଅମ୍ଳାନ ୬ ମାସ ହେଲା କାଲିମେଳାରେ ଡାକୁର ଭାବେ ନିଯୁକ୍ତି ପାଇଥିଲେ। ସେଠାରେ ମେଡିକାଲ କ୍ବାଟରରେ ରହୁଥିଲେ | ରବିବାର ସକାଳେ ସେ ନିଜ ରୁମରେ ନ ଥିବା ଦେଖା ଯାଇଥିଲା। ଏ ନେଇ କାଲିମେଳା ପୁଲିସ ତଦନ୍ତ ଚଳାଇଛି। ଏପଟେ ପୁଅର ଅପହରଣ ଖବର ପାଇ  ଟିକାବାଲିରେ ରହୁଥ‌ିବା ଅମ୍ଳାନଙ୍କ ବାପା ମାଙ୍କ ଅବସ୍ଥା ବେହାଲ ହୋଇ ପଡିଛି। ମା ବାରମ୍ବାର ଅଚେତା ହୋଇ ପଡୁଛନ୍ତି। ଅମ୍ଳାନଙ୍କ ବାପା ଅବନୀ ଭୋଇ ଜଣେ କ୍ଷୁଦ୍ର ବ୍ୟବସାୟୀ ହୋଇଥିବା ବେଳେ ଓ ମାଆ ବିନୋଦିନୀ ସାମଲ ଟିକାବାଲି ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧୂକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ବାପା ମାଆ ରାଜ୍ୟ ସରକାର, ମାଲକାନଗିରି ଜିଲ୍ଲା ପ୍ରଶାସନ ଓ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ପୁଅର ସୁରକ୍ଷା ପାଇଁ ନିବେଦନ କରିଛନ୍ତି । ସ୍ଥାନୀୟ ଟିକାବାଲି ଥାନାରେ ମଧ୍ୟ ଏକ ଲିଖୂତ ଅଭିଯୋଗ କରି ପୁଅକୁ ସୁରକ୍ଷିତ ଭାବରେ  ଫେରାର ଆଣିବା ପାଇଁ ଗୁହାରୀ କରିଛନ୍ତି।ଆଜି ସନ୍ଧ୍ୟାରେ କନ୍ଧମାଳ ଏସପିଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ଅମ୍ଳାନଙ୍କ ପରିବାର। ଏସପିଙ୍କ ଅନୁପସ୍ଥିତିରେ କ୍ରାଇମବ୍ରାଞ୍ଚ ଡିଏସପି ସର୍ବେଶ୍ବର ବେହେରା ଅଭିଯୋଗ ଗ୍ରହଣ କରି ଏ ନେଇ ବିହନ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।  ଟିକାବାଲି ଅଞ୍ଚଳବାସୀ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତାରେ ଅଛନ୍ତି।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories