www.samajalive.in
Wednesday, December 10, 2025
23.1 C
Bhubaneswar

କାହାକୁ ବି କୁହନ୍ତୁ ନାହିଁ ଆପଣଙ୍କ ଜୀବନର ଏହି ୫ଟି କଥା

ସାଧାରଣତ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଉଭୟ ସୁଖ ଓ ଦୁଃଖ ଦେଇ ଗତି କରିଥାଏ। ପ୍ରତିକୂଳ ପରିସ୍ଥିତିରେ ଭୟଭୀତ ତଥା ବାଟବଣା ନ ହୋଇ ସାହସର ସହ ସାମ୍ନା କରିବା ଆବଶ୍ୟକ। କଥାରେ ଅଛି ଦୁଃଖ ହେଉ ବା ସୁଖ, ତାହାକୁ ବାଣ୍ଟିଲେ ଲାଭ ମିଳିଥାଏ। ଅର୍ଥାତ୍‍ ଦୁଃଖ ବାଣ୍ଟିବା ଦ୍ୱାରା ମନ ହାଲୁକା ହୋଇଯାଏ ଓ ସୁଖ ବାଣ୍ଟିବା ଦ୍ୱାରା ତାହା ୨ ଗୁଣିତ ହୋଇଯାଏ। ହେଲେ କ’ଣ ଆପଣ ଜାଣନ୍ତି, ଜୀବନରେ ଏପରି କିଛି କଥା ଥାଏ, ଯାହାକୁ କେବେହେଲେ କାହାକୁ କହିବା ଉଚିତ୍‍ ନୁହେଁ। ସେହି କଥା ଗୁଡ଼ିକ କାହାକୁ କହିବା ଦ୍ୱାରା ଲାଭ ନୁହେଁ ବରଂ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା କ’ଣ ସେହି ସବୁ କଥା –

ଗୁରୁମନ୍ତ୍ର : ଯଦି ଆପଣ କୌଣସି ଗୁରୁଙ୍କଠାରୁ କିଛି ମନ୍ତ୍ର ନେଇଛନ୍ତି, ତେବେ ଏହାକୁ ଗୁପ୍ତ ରଖନ୍ତୁ। ଅନ୍ୟମାନଙ୍କଠାରୁ ଗୁରୁମନ୍ତ୍ର ଲୁଚାଇ ରଖିଲେ ହିଁ ଏହା ସଫଳ ହୋଇଥାଏ।

- Advertisement -

ଦାନ : ଶାସ୍ତ୍ରରେ ଗୁପ୍ତ ଦାନର ବିଶେଷ ମହତ୍ୱ ବିଶେଷରେ ବର୍ଣ୍ଣନା କରାଯାଇଛି। ବିଶ୍ୱାସ ରହିଛି ଯେ, ଯେଉଁମାନେ ଗୁପ୍ତ ଦାନ କରନ୍ତି ସେମାନଙ୍କୁ ଅକ୍ଷୟ ପୁଣ୍ୟ ସହ ଦେବୀ-ଦେବତାମାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଅନ୍ୟମାନଙ୍କୁ କହି ଦାନ କରିବା ଦ୍ୱାରା କୌଣସି ଫଳ ମିଳି ନ ଥାଏ।

ପତି-ପତ୍ନୀଙ୍କ ମଧ୍ୟସ୍ଥ କଥା : ପତି-ପତ୍ନୀଙ୍କ ମଧ୍ୟରେ ଥିବା ବାଦ-ବିବାଦ ବିଷୟରେ ତୃତୀୟ ବ୍ୟକ୍ତି ଜାଣିବା ଅନୁଚିତ। ଅନ୍ୟମାନେ କୌଣସି ବି ମୁହୂର୍ତ୍ତରେ ଏହାର ଲାଭ ଉଠାଇପାରନ୍ତି।

ବୟସ : ନିଜକୁ ଯବାନ ପ୍ରମାଣିତ କରିବାକୁ ଅନେକ ଲୋକ ନିଜ ବୟସ ଲୁଚାନ୍ତି। ବୟସ ଲୁଚାଇବା ଉଚିତ, କିନ୍ତୁ ଅନ୍ୟ ତୁଳନାରେ ନିଜକୁ ନିଜ ବୟସ ଲୁଚାଇବା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ବୟସକୁ ନିଜ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ। ଏପରି କଲେ ଆପଣଙ୍କ ଶକ୍ତି ଏବଂ ଉତ୍ସାହ କମ୍‍ ହେବ ନାହିଁ।

ଔଷଧ : ଔଷଧକୁ ଅନ୍ୟମାନଙ୍କ ଠାରୁ ଲୁଚାଇ ରଖିଲେ ଏହାର ପ୍ରଭାବ ଶୀଘ୍ର ଦେଖା ଦେଇଥାଏ। ଏହାସହିତ ଔଷଧକୁ ଆଲୋକ ଏବଂ ଗରମଠାରୁ ମଧ୍ୟ ଦୂରରେ ରଖିବା ଉଚିତ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories