www.samajalive.in
Friday, December 5, 2025
20.1 C
Bhubaneswar

ମୁଖତାର ଅନସାରୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାନ୍ଦା ଡିଏମ୍‌‌। ସୂଚନା ଅନୁଯାୟୀ ଡିଏମଙ୍କ ନିର୍ଦ୍ଦେଶ ପରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ମୁଖତାରଙ୍କ ମୃତ୍ୟୁ ଘଟଣା ତଦନ୍ତ କରି ରିପୋର୍ଟ ଦେବେ। ଗୁରୁବାର ସନ୍ଧ୍ୟାରେ ମୁଖତାରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୁଖତାରଙ୍କ ଖାଦ୍ୟରେ ବିଷ ଦିଆଯାଉଥିବା ତାଙ୍କ ପୁଅ ଓମାର ଅନସାରୀ ଅଭିଯୋଗ କରିଛନ୍ତି। ହେଲେ ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଅନସାରୀଙ୍କୁ ଖାଦ୍ୟ ଦେବା ପୂର୍ବରୁ ଡେପୁଟି ଜେଲର ଏହାକୁ ଚାଖୁଥିଲେ। ଏହାସହିତ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଯାଞ୍ଚ କରାଯାଏ। ସେପଟେ ମୃତଦେହ ବ୍ୟବଚ୍ଛେଦ କରିବାକୁ ମେଡିକାଲ କଲେଜକୁ ପଠାଯାଇଛି। ଆଜି ମୁଖତାରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ।
ମୁଖତାର ଅନସାରୀଙ୍କ ପୁଅ ଓମାର ଅନସାରୀ କହିଛନ୍ତି ଯେ ତାଙ୍କ ବାପା ଅସୁସ୍ଥତା ଥିବା ସମ୍ପର୍କରେ ସେ ପ୍ରଶାସନ ଠାର କୌଣସି ସୂଚନା ପାଇନଥିଲେ। ମିଡିଆ ମାଧ୍ୟମରେ ଜାଣିବାକୁ ପାଇଲେ। ଦୁଇ ଦିନ ତଳେ ବାପା ମୁଖତାରଙ୍କୁ ଭେଟିବାକୁ ଆସିଥିଲେ ଓମାର। କିନ୍ତୁ ତାଙ୍କୁ ଅନୁମତି ମିଳିନଥିଲା। ବାପାଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିବା ଓମାର ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲ କହିଛନ୍ତି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories