www.samajalive.in
Saturday, December 6, 2025
17.1 C
Bhubaneswar

ଫିଡେ ମହିଳା ବିଶ୍ଵକପ୍ ଫାଇନାଲରେ ଦିବ୍ୟା ଦେଶମୁଖ, କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ

ବାତୁମି(ଜର୍ଜିଆ): ପୁଣି ବିଶ୍ଵସ୍ତରରେ ଚମକିଲା ଭାରତ। FIDE ମହିଳା ବିଶ୍ୱ ଚେସ୍ କପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଦେଶମୁଖ। ସେମିଫାଇନାଲର ଦ୍ୱିତୀୟ ଖେଳରେ ୧୯ ବର୍ଷୀୟା ଦିବ୍ୟା ପୂର୍ବତନ ବିଶ୍ୱ ଚମ୍ପିଆନ୍ ଚୀନର ଝୋଙ୍ଗୟୀ ଟାନଙ୍କୁ ପରାସ୍ତ କରି ମିନି ମ୍ୟାଚ୍ ୧.୫-୦.୫ରେ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ପ୍ରକ୍ରିୟାରେ କ୍ୟାଣ୍ଡିଡେଟ୍‌ସ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଅଧିକାର କରିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି ଦିବ୍ୟା। ମହିଳା କ୍ୟାଣ୍ଡିଡେଟ୍‌ସ ଚେସ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ଏବଂ ଏହି ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନର ମହିଳା ବିଶ୍ୱ ଚମ୍ପିଆନ ୱେଞ୍ଜୁନ୍ ଜୁଙ୍କ ପ୍ରତିଦ୍ୱନ୍ଦ୍ୱୀ ନିର୍ଣ୍ଣୟ କରିବ। ଖାସ୍‌ କଥା ହେଉଛି, ଦିବ୍ୟା ପ୍ରଥମ ଥର ପାଇଁ ବିଶ୍ୱକପରେ ଭାଗ ନେଉଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories