www.samajalive.in
Wednesday, December 10, 2025
16.1 C
Bhubaneswar

ଦୁଇ ବିଜେଡି ନେତାଙ୍କୁ ଗିରଫ ଦାବି କଲା ଜିଲା ବିଜେପି

ନବରଙ୍ଗପୁର : ନିୟନ୍ତ୍ରୀତ ବଜାର କମିଟିର କୃଷକ ସୂଚନା କେନ୍ଦ୍ର ଉଦ୍‍ଘାଟନ ବେଳେ ଧାରଣାରେ ବସିଥିବା ଗରୀବ ଆଦିବାସୀ, ଚାଷୀ, ମହିଳା  ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦଳିଚକଟି ଦେଇଥିବା ଅଭିଯୋଗ କରି ନବରଙ୍ଗପୁର ଥାନାରେ ଆଦିବାସୀ ନିର୍ଯାତନା ମାମଲାରେ  ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା ଓ ଯାଜପୁରର ବିଧାୟକ ତଥା ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ନାମରେ ଏତଲା ଦିଆଯାଇଥିବାବେଳେ  ଏହି ଦୁଇଜଣଙ୍କୁ ତୁରନ୍ତ ଗିରଫ କରିବାକୁ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ଇଂ. ବଳଭଦ୍ର ମାଝୀ ଦାବି କରିଛନ୍ତି। ଆଜି ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଜିଲାର ସମସ୍ତ ମଣ୍ଡିରେ ଲକ୍ଷଲକ୍ଷ କ୍ୟୁଣ୍ଟାଲ ଧାନ ପଡି ରହିଛି। ଚାଷୀମାନେ ଧାନ ବିକ୍ରି କରିନପାରି ଶୀତକାକରରେ ରାତ୍ରି ସାରା ରହୁଛନ୍ତି। ନବରଙ୍ଗପୁର  ଆରଏମସି ମଣ୍ଡିରେ୧୦ହଜାର କ୍ୟୁଣ୍ଟାଲ , ସରୁଗୁଡାରେ ୬୦ ହଜାର କ୍ବୁଣ୍ଟାଲ ଓ ଜଗନ୍ନାଥପୁର ମଣ୍ଡିରେ ୨୨ ହଜାର କ୍ବୁଣ୍ଟାଲ ଧାନ ପଡି ରହିଛି। ଚାଷୀଙ୍କର ସମସ୍ୟାର ସମାଧାନ ପାଇଁ ବିଜେପିକାର୍ଯ୍ୟକର୍ତ୍ତା  ସମସ୍ତ ମଣ୍ଡିକୁ ବୁଲିଲେ। ଚାଷୀ ଧାନ ବିକ୍ରି ସଂପର୍କରେ କୌଣସି ସୂଚନା ପାଇ ପାରୁନି, ତାର ଟୋକେନ ସୂଚନା ଓ ଧାନ କିଣାଯିବା ପରେ କେବେ ଟଙ୍କା ମିଳିବ ସୂଚନା ପାଇପାରୁନି। ଏହି ସମୟରେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ଦାଶବର୍ମା କୃଷକ ସୂଚନାକେନ୍ଦ୍ର ଉଦ୍‍ଘାଟନ କରିବା କେତେ ଦୂର ଯୁକ୍ତିଯୁକ୍ତ। ଚାଷୀମାନେ ସେମାନଙ୍କର ଧାନ କିଣିବା ପାଇଁ ସୂଚନା କେନ୍ଦ୍ରନିକଟରେ ଧାରଣା ଦେଇଥିବାବେଳେ ଅଚାନକ ଭାବେ ୨୦୦ ବିଜେଡି ନେତାକର୍ମୀ ଦଳୀୟ ପତାକା ଧରି  ଆସି ପାଟି ତୁଣ୍ଡ କରିଥିଲେ  ଓ ଧସେଇ ପଶି ଠେଲାପେଲା କରିଥିଲେ। ଧାରଣାରେ ବସିଥିବା ଚାଷୀ ଓ ମହିଳାଙ୍କର ଉପରକୁ ମାଡି ଚକଟି ଲାତ ଗୋଇଠା ମାରି କରି  ଶ୍ରୀ ଦାଶବର୍ମା ଓ ଯାଜପୁର ବିଧାୟକ ଶ୍ରୀଦାସ ସୂଚନାକେନ୍ଦ୍ର ଉଦ୍‍ଘାଟନ କରି ପଛଦ୍ୱାର ପଟଦେଇ ଚାଲି ଯାଇଥିଲେ। ତେବେ ଚାଷୀଙ୍କୁ କୌଣସି ସୂଚନା ଦେଇନଥିଲେ। ଏହା ସରକାରୀ କାର୍ଯ୍ୟକ୍ରମ ବୋଲି ଜିଲାପାଳ କହୁଥିବାବେଳେ ଦଳୀୟପତାକା ଧରି କିପରି ବିଜେଡି ନେତା କର୍ମୀ ପଶିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣା ସଂପର୍କରେ ନବରଙ୍ଗପୁର ଥାନାରେ ମଙ୍ଗଳବାର  ରାତ୍ର ୧୨ଟାରେ ଆଦିବାସୀ ନିର୍ଯାତନା ମାମଲାରେ ଏତଲା ଦିଆଇଛି। ଏହି ଦୁଇଜଣଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଥିଲେ। ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ବିଜେଡି ନେତାଙ୍କର ଏଭଳି ବ୍ୟବହାରକୁ ଦୃଢ ନିନ୍ଦା କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ ବିଜେଡି ଦଳ ରାଜ୍ୟ ସରକାର ଦାୟିତ୍ୱରେ ଥିବା ବେଳେ ଚାଷୀଙ୍କର ବାସ୍ତବ ଅସୁବିଧାକୁ ନବୁଝି ଶାନ୍ତିରେ ଧାରଣାରେ  ବସିଥିବା ଚାଷୀଙ୍କର ଉପରେ ଓଲଟା ନିର୍ଯାତନା ଦେବା ଘଟଣାକୁ କଡା ଭାଷାରେ ନିନ୍ଦା କରିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଜିଲା ଉପସଭାପତି ସୁରେନ୍ଦ୍ର କୁମାର ବିଷୋୟୀ, ଜିଲା କୃଷକମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ,ସଞ୍ଜୀବ ନନ୍ଦ, ଶୁଭମ ଚୌଧୁରୀ ଓ ସନାତନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories