www.samajalive.in
Sunday, December 14, 2025
15.1 C
Bhubaneswar

ମନ୍ତ୍ରୀଙ୍କ ବାସଭବନ ଘେରିଲେ ଡିପ୍ଲୋମା ବିଦ୍ୟାର୍ଥୀ, ଅନ୍‌ଲାଇନରେ ସେମିଷ୍ଟର ପରୀକ୍ଷା ଦାବି

ଭୁବନେଶ୍ବର: ଡିପ୍ଲୋମାର ତୃତୀୟ ଏବଂ ପ୍ରଥମ ସେମିଷ୍ଟର ପରୀକ୍ଷାକୁ ସଞ୍ଚାର ସେବା (ଅନଲାଇନ୍‌) ମାଧ୍ୟମରେ କରି ତୁରନ୍ତ ଫଳ ପ୍ରକାଶ କରାଯାଉ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ବି.ଟେକ୍ ନାମଲେଖା କାଉନସେଲିଂକୁ ଘୁଞ୍ଚାଇ ଦିଆଯାଉ। ଏଭଳି ଦାବି ନେଇ ଡିପ୍ଲୋମା ଛାତ୍ରଛାତ୍ରୀ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଛନ୍ତି। ପରେ ବିଭାଗୀୟ ମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଡିପ୍ଲୋମା ଛାତ୍ର ଦେବମାଲ୍ୟ ଧର କହିଛନ୍ତି, ମହାମାରୀ ଯୋଗୁଁ ମହାବିଦ୍ୟାଳୟ ବନ୍ଦ ରହିଥିଲା। ପ୍ରଥମ ଓ ତୃତୀୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ରେ ପାଠପଢା ଯାଇଥିଲା; କିନ୍ତୁ ତୃତୀୟ ସେମିଷ୍ଟର ପରୀକ୍ଷା କାଗଜ କଲମରେ ବିଭାଗ ପକ୍ଷରୁ କରାଯାଇ ଥିବାବେଳେ ପ୍ରଥମ ସେମିଷ୍ଟର ପରୀକ୍ଷା ଏଯାବତ୍‌ ଆରମ୍ଭ ହୋଇନାହିଁ। ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ପାଠ ପଢି ନଥିବାରୁ ତୃତୀୟ ସେମିଷ୍ଟର ପରୀକ୍ଷାରେ ଭଲ କରିପାରିଲେ ନାହିଁ। ଅନେକ ବିଦ୍ୟାର୍ଥୀ କିଛି ବିଷୟରେ ଅକୃତକାର୍ଯ୍ୟ ହୋଇଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀ ବି.ଟେକ ନାମଲେଖା ନିମନ୍ତେ ସ୍ବତନ୍ତ୍ର ଓଜେଇଇ ଦେଇ ରାଙ୍କ ପାଇଛନ୍ତି। ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେଲାଣି। ବହୁ ଛାତ୍ରଛାତ୍ରୀ ତୃତୀୟ ସେମି‌ଷ୍ଟରରେ ଗୋଟିଏରୁ ଦୁଇଟି ଲେଖାଏଁ ବିଷୟରେ ଉତ୍ତୀର୍ଣ୍ଣ ହୋଇ ପାରି ନଥିବାରୁ ଡିପ୍ଲୋମା ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପାଇ ପାରୁନାହାନ୍ତି। ଫଳରେ ଓଜେଇଇ କାଉନସେଲିଂରେ ଅଂଶ ଗ୍ରହଣ କରିପାରୁ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ପ୍ରଥମ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢାଯାଇଛି। କିନ୍ତୁ ପରୀକ୍ଷାର ନିର୍ଦ୍ଧାରିତ ସମୟ ଗଡି ଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରୀକ୍ଷା କରାଯାଇ ନାହିଁ। ପ୍ରଥମ ସେମିଷ୍ଟର ପରୀକ୍ଷାକୁ ଅନଲାଇନରେ କରିବା କିମ୍ବା ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ବିଦ୍ୟାର୍ଥୀ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଯୁଗ୍ମ ଓ ଅଯୁଗ୍ମ ପଦ୍ଧତିରେ ପରୀକ୍ଷା କରାଯାଉ ଥିବାରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି। ଗୋଟିଏ ବର୍ଷ ପିଲାଙ୍କୁ ଅପେକ୍ଷା କରିବାକୁ ପଡୁଛି। ପରୀକ୍ଷା ପଦ୍ଧତିରୁ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ଉଚ୍ଛେଦ କରି ଗୋଟିଏ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏନେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ପଞ୍ଚମ ସେମିଷ୍ଟର ପରୀକ୍ଷା କରିବାକୁ ଅନୁମତି ଦିଆଯାଇଛି। ଛୁଟି ଆରମ୍ଭ ହୋଇଗଲାଣି। କୌଣସି ଛାତ୍ରଛାତ୍ରୀ ପ୍ରଭାବିତ ହେବେନାହିଁ। ବିଭାଗୀୟ ଅଧିକାରୀଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories