www.samajalive.in
Saturday, December 6, 2025
23.1 C
Bhubaneswar

ରାତିରେ ଏସବୁ ଖାଇବା ଦ୍ୱାରା ସୃଷ୍ଟି ହୋଇଥାଏ ଅନେକ ରୋଗ

ବିଭିନ୍ନ ପ୍ରକାର ଭୋଜନ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ସଠିକ୍‌‌ ଖାଦ୍ୟ, ସଠିକ୍‌‌ ସମୟରେ ଖାଦ୍ୟ ଚୟନ କରିବା ଦ୍ୱାରା ଦୀର୍ଘାୟୁ ହେବା ସହ ଶରୀର ସୁସ୍ଥ ରହିଥାଏ। ମାତ୍ର ଅଧିକାଂଶ ଏଥିପ୍ରତି ଧ୍ୟାନ ଦେଇ ନଥାଆନ୍ତି। ଫଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ରୋଗ ଲାଗି ରହିଥାଏ। ସକାଳର ଜଳଖିଆ ଯେପରି ଜରୁରୀ ସେଭଳି ରାତ୍ରି ଭୋଜନ ମଧ୍ୟ ନିତାନ୍ତ ଜରୁରୀ। ନଚେତ୍‌‌ ମୋଟାପଣ, ମଧୁମେହ, ଗ୍ୟାଷ୍ଟ୍ରିକ, ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ ରାତ୍ରି ଭୋଜନରେ କେଉଁ ଭୁଲ କରିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ରାତ୍ରି ଭୋଜନରେ ଛଣାଛଣି, ଅଧିକ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଏହା ଖାଇବାକୁ ସ୍ୱାଦିଷ୍ଟ ହେଲେ ମଧ୍ୟ ରାତିରେ ଏସବୁ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ,ଏସିଡିଟି ଆଦି ସମସ୍ୟା ହୋଇଥାଏ। ଏହା ମୋଟାପଣ ମଧ୍ୟ ବୃଦ୍ଧି କରିଥାଏ।

- Advertisement -

ରାତିରେ ବ୍ରୋକୋଲି, ସୋରିଷ ଜାତୀୟ ଜିନିଷ, ମୂଳା, ବନ୍ଧାକୋବି, ଫୁଲକୋବି ଆଦି ଖାଆନ୍ତୁ ନାହିଁ। ମୋଟାପଣ ବୃଦ୍ଧି ନହେବା ପାଇଁ ଅନେକ ରାତିରେ ସାଲାଡ ଖାଇବାକୁ ପସନ୍ଦ କରିଥାଆନ୍ତି। ଏଥିରେ ବିଭିନ୍ନ ପ୍ରକାର ପନିପରିବା ରହିଥାଏ। ଯାହା ଫାଇବର, ପୋଟାସିୟମ, ଆଇରନରେ ଭରପୁର। ମାତ୍ର ରାତିରେ ଏସବୁ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାଷ୍ଟ୍ରିକ , ଏସିଡିଟି ଭଳି ସମସ୍ୟା ହୋଇଥାଏ।

ରାତିରେ ଅଳ୍ପ ମାତ୍ରାରେ କିମ୍ବା ହାଲୁକା ଭୋଜନ କରିବା ଉଚିତ୍‌‌। ଏହାକୁ ଦୃଷ୍ଟିରେ ରଖି ଅନେକ ଫଳ ରାତ୍ରି ଭୋଜନରେ ଖାଇ ଥାଆନ୍ତି। ମାତ୍ର ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବରଂ କ୍ଷତି କରିଥାଏ। ଏହାଦ୍ୱାରା ପେଟ ଭର୍ତ୍ତି ନ ହେବା ଦ୍ୱାରା ନିଦରେ ସମସ୍ୟା ସହ ଭଲ ନିଦ ହୋଇନଥାଏ। ଫଳକୁ ସକାଳର ଜଳଖିଆ ପରେ ଓ ଖରାବେଳେ ଖାଇ ପାରିବେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories