www.samajalive.in
Sunday, December 7, 2025
26.1 C
Bhubaneswar

୭ଟାରେ ରାତ୍ରି ଭୋଜନ କଲେ ମିଳେ କି ଲାଭ..

ଉତ୍ତର ସ୍ୱାସ୍ଥ୍ୟ ପାଇଁ ଭୋଜନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାସହ ସଠିକ ସମୟରେ ଖାଦ୍ୟ ଖାଇବା ମଧ୍ୟ ନିତାନ୍ତ ଜରୁରୀ। ବିଳମ୍ବିତ ରାତିରେ ଭୋଜନ କରିବା ଓଜନ ବୃଦ୍ଧି ସହ ଅନେକ ରୋଗର ମୁଖ୍ୟ କାରଣ ପାଲଟିଥାଏ। ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ବୃଦ୍ଧି କରିଥାଏ। ତେବେ ଜାଣନ୍ତୁ ୭ ଟା କିମ୍ବା ୭ଟା ପୂର୍ବରୁ ରାତ୍ରି ଭୋଜନ କରିବା ଦ୍ୱାରା କି ଲାଭ ମିଳିଥାଏ।
କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଶୀଘ୍ର ରାତ୍ରି ଭୋଜନ କରିବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ।
ଶୀଘ୍ର ରାତ୍ରି ଭୋଜନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ବଦହଜମି, ବାନ୍ତି, ଗ୍ୟାଷ୍ଟ୍ରିକ୍‌‌ ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରରେ ଜଳୀୟଅଂଶ ସଠିକ୍‌‌ ପରିମାଣରେ ରହିଥାଏ।
ଶୀଘ୍ର ଭୋଜନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ। ବିଳମ୍ବିତ ରାତିରେ ଭୋଜନ ରକ୍ତରେ ଶର୍କରା ବୃଦ୍ଧି ସହ ମଧୁମେହ ରୋଗର କାରଣ ପାଲଟିଥାଏ।
ରାତିରେ ଶୀଘ୍ର ଭୋଜନ କରିବା ଦ୍ୱାରା ଶରୀରକୁ ଆରାମ ମିଳିବା ସହ ରାତିରେ ଉତ୍ତମ ନିଦ ହୋଇଥାଏ।
ଶୀଘ୍ର ଭୋଜନ କରିବା ହୃଦୟ ପାଇଁ ଲାଭଦାୟକ। ଏହା ହୃଦୟକୁ ସୁସ୍ଥ ରଖିବା ସହ ହୃଦୟ ଜନିତ ରୋଗ ନହେବାର ସମ୍ଭାବନା ରହିଥାଏ।
ବିଳମ୍ବିତ ରାତିରେ ଖାଦ୍ୟ ଖାଇ ତୁରନ୍ତ ଶୋଇବା ଦ୍ୱାରା ଏସିଡିଟି ସମସ୍ୟା ହୋଇଥାଏ। ଫଳରେ ଛାତି ଓ ଗଳାରେ ଜଳାପୋଡା ହୋଇଥାଏ।
ରାତିରେ ଜଲଦି ଖାଇବା ପରେ ସଠିକ ସମୟରେ ଶୋଇବା ଦ୍ୱାରା ସକାଳେ ଆପଣ ସତେଜ ଅନୁଭବ କରିବା ସହ ଥକ୍କାପଣ ଅନୁଭବ ହୋଇନଥାଏ।
ପେଟରେ ଯନ୍ତ୍ରଣା ଓ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ସଠିକ ସମୟରେ ଭୋଜନ କରନ୍ତୁ।
ରାତ୍ରୀ ଭୋଜନ ଶୀଘ୍ର କରିବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଫଳରେ କୋଲେଷ୍ଟେରୋଲ୍‌‌ ଓ ମେଦବହୁଳତା ସମସ୍ୟା ହୋଇନଥାଏ। ଏହାଦ୍ୱାରା ହୃଦୟ ଜନିତ ସମସ୍ୟା ହୋଇନଥାଏ। ହୃଦୟ ସୁସ୍ଥ ରହିଥାଏ।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories