www.samajalive.in
Saturday, December 13, 2025
26.1 C
Bhubaneswar

ରାତ୍ରି ଭୋଜନରେ ଏହି ଭୁଲ୍‌‌ କରୁଛନ୍ତି କି?

ସୁସ୍ଥ ଶରୀର ପାଇଁ ସକାଳର ଜଳଖିଆ, ଦିନ ଓ ରାତି ଭୋଜନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ। ମାତ୍ର ଅନେକ ସମୟରେ ଦେଖାଯାଏ,କେତେକ ଲୋକେ ରାତି ଖାଦ୍ୟ ଖାଇ ନଥାଆନ୍ତି। କିଛି ଲୋକେ କର୍ମବ୍ୟସ୍ତତା ମଧ୍ୟରେ ଘରକୁ ଆସି ଥକ୍କାପଣ କାରଣରୁ ଖାଲି ପେଟରେ ଶୋଇ ପଡିଥାଆନ୍ତି। ସେହିପରି ଓଜନ ବୃଦ୍ଧି ପାଇଁ କେତେକ ଲୋକେ ରାତ୍ରି ଭୋଜନ କରିନଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ରାତ୍ରି ଭୋଜନ ନକଲେ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ..

ରାତିରେ ଖାଦ୍ୟ ନଖାଇଲେ ଓଜନ ହ୍ରାସ ହେବ ବୋଲି ଚିନ୍ତା କରୁଥିଲେ, ଏହା ଭୁଲ ଧାରଣା। ରାତ୍ରି ଭୋଜନ ନକରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳି ପାରିନଥାଏ। ଫଲରେ କୁପୋଷଣର ଶିକାର ହେବା ସହ ଅଧିକ ହାଲିଆ ଅନୁଭବ ହୋଇଥାଏ। ଦୈନନ୍ଦିନ କାମ ପାଇଁ ଆବଶ୍ୟକ ପରିମାଣରେ ଶକ୍ତି ମିଳିପାରି ନଥାଏ। ଶରୀରରେ ରକ୍ତର ଅଭାବ ହୋଇଥାଏ।

- Advertisement -

କେତେକ ଖାଦ୍ୟ ପ୍ରସ୍ତୁତି କରିବାର ଆଳସ୍ୟପଣ କାରଣରୁ ରାତିରେ ଭୋଜନ ପ୍ରସ୍ତୁତି କରିନଥାଆନ୍ତି। ମାତ୍ର ଏପରି କରୁଥିଲେ ତୁରନ୍ତ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ। ରାତିରେ ଅନ୍ୟ ଶାରିରୀକ କାର୍ଯ୍ୟକଳାପ ହେଉନଥିଲେ ମଧ୍ୟ ମସ୍ତିଷ୍କ କାର୍ଯ୍ୟ କରିଥାଏ। ଖାଦ୍ୟ ନଖାଇବା ଦ୍ୱାରା ସଠିକ୍‌‌ ନିଦ ପାଇଁ ଶକ୍ତିର ଅଭାବ ହୋଇଥାଏ। ଫଳରେ ନିଦ ଭଲ ଭାବେ ହୋଇନଥାଏ। ଏହାଦ୍ୱାରା ପରଦିନ ଥକ୍କାପଣ,ମୁଣ୍ଡ ବିନ୍ଧା ଚିଡ୍‌‌ଚିଡା ଆଦି ଅନୁଭବ ହୋଇଥାଏ।

ରାତିରେ ଖାଦ୍ୟ ନଖାଇବା ଦ୍ୱାରା ବାରମ୍ବାର ନିଦ ଭାଙ୍ଗିଥାଏ। ରାତି ଅଧରେ ଭୋକ ମଧ୍ୟ ଲାଗିଥାଏ। ଖାଲି ପେଟରେ ଶୋଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦେଖାଦିଏ। ରାତିସାରା ଭୋକିଲା ରହି ପରଦିନ ଖାଦ୍ୟ ଖାଇବା ସମୟ ମଧ୍ୟରେ ବ୍ୟବଧାନ ଅଧିକ ହୋଇଥାଏ। ଫଳରେ ଗ୍ୟାଷ୍ଟ୍ରିକ,ଏସିଡିଟି ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories