www.samajalive.in
Monday, December 8, 2025
13.1 C
Bhubaneswar

ରାତ୍ରି ଭୋଜନରେ ଏସବୁ ଖାଇଲେ.. ଶୀଘ୍ର କମିବ ଓଜନ

ବର୍ତ୍ତମାନ ସମୟରେ ଅଧିକାଂଶ ଓଜନ ବୃଦ୍ଧି ସମସ୍ୟାକୁ ନେଇ ଚିନ୍ତିତ। ଏହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଓଜନ ନିୟନ୍ତ୍ରଣ ହୋଇ ନରହିଲେ ଏହା ଅନେକ ମାରାତ୍ମକ ରୋଗର କାରଣ ପାଳଟିଥାଏ। ମୋଟାପଣ କମ୍‌‌ କରିବା ପାଇଁ ବ୍ୟାୟାମ ଓ ସଠିକ ଖାଦ୍ୟର ସେବନ କରିବା ଉଚିତ। ତେବେ ରାତି ଖାଦ୍ୟରେ ଏପରି କେତେକ ସ୍ୱତନ୍ତ୍ର ଖାଦ୍ୟ ରହିଛି, ଯାହାର ସେବନ ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ। ଜାଣନ୍ତୁ..
ସାଗୁଦାନା ଖେଚେଡି – ୧ କପ ସାଗୁଦାନା, ଅଳ୍ପ ବାଦାମ, ଜିରା ଅଳ୍ପ, ଲଙ୍କା ୨ଟି, ଭୁସଙ୍ଗପତ୍ର ଅଳ୍ପ, ଲୁଣ ଆବଶ୍ୟକ ପରିମାଣରେ, ଧନିଆ ପତ୍ର, ଅଳ୍ପ ଲେମ୍ବୁ ରସ।
ପ୍ରଥମେ ସାଗୁଦାନାକୁ ଧୋଇ ୧ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ। ଏହାପରେ ଏକ ପାତ୍ରକୁ କାଢି ଏଥିରେ ଭିଜାଯାଇଥିବା ବାଦାମ, ଲଙ୍କା ଗୁଣ୍ଡ ଓ ଲୁଣ ଗୋଳାଇ ଦିଅନ୍ତୁ। ଗ୍ୟାସରେ ଏକ ପାତ୍ର ବସାଇ ଅଳ୍ପ ଘିଅ ଗରମ କରନ୍ତୁ। ଏଥିରେ ଜିରା, ଲଙ୍କା ଓ ଭୁସଙ୍ଗ ପତ୍ର ପକାଇ କିଛି ସମୟ ଭାଜିବା ପରେ ଏଥିରେ ରଖିଥିବା ସାଗୁଦାନ ପକାଇ କିଛି ସମୟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ।
ରାତ୍ରି ଭୋଜନରେ ଓଟ୍ସ ଇଟିଲି ମଧ୍ୟ ଖାଇ ପାରିବେ।
ସାମଗ୍ରୀ ୧ କପ ଓଟ୍ସ, ବେକିଙ୍ଗ ସୋଡା ଅଳ୍ପ, ଲୁଣ ଆବଶ୍ୟକ ପରିମାଣରେ, କଞ୍ଚାଲଙ୍କା ୨ଟି, ହେଙ୍ଗୁ ଅଳ୍ପ, ଗାଜର, ବିନ୍ସ, ମଟର ଛୁଇଁ, ସୋରିଷ ଅଳ୍ପ, ଅଧା କପ ସୁଜି, ଧନିଆ ପତ୍ର, ଦହି ୧ ଚାମଚ, ଗାଜର ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସମସ୍ତ ପନିପରିବାକୁ ଧୋଇ କରି କାଟି ଦିଅନ୍ତୁ। ଗ୍ୟାସ ଲଗାଇ ଓଟ୍ସକୁ ଅଳ୍ପ ସମୟ ଭାଜି ଦିଅନ୍ତୁ। ଥଣ୍ଡା ହେବା ପରେ ପେଷି ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏଥିରେ ସୁଜିକୁ ସାମାନ୍ୟ ଭାଜି ଦିଅନ୍ତୁ। ଥଣ୍ଡା ହେବା ପରେ ଓଟ୍ସରେ ଏହାକୁ ମିଶାଇ ଦିଅନ୍ତୁ। ଗ୍ୟାସରେ ଆଉ ଏକ କଡେଇ ବସାଇ ଏଥିରେ ତେଲ ପକାଇ ସୋରିଷ ପକାନ୍ତୁ। କିଛି ସମୟ ପରେ କଟା ଯାଇଥିବା ସମସ୍ତ ପରିବା ପକାଇ ଭାଜନ୍ତୁ। ଏହାପରେ ଏଥିରେ ଓଟ୍ସର ମିଶ୍ରଣ, ଲୁଣ, ହେଙ୍ଗୁ, ଧନିଆ ପତ୍ର, ବେକିଙ୍ଗ ସୋଡା, ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଘୋଡାଇ କିଛି ସମୟ ମିନିଟ୍‌‌ ଯାଏଁ ରଖନ୍ତୁ। ଏକ ପାତ୍ରକୁ କାଢି ଖାଆନ୍ତୁ।
ଅଣ୍ଡା ଚାଟ୍‌‌-
୨ଟି ସିଝା ଅଣ୍ଡା,ସସ୍‌‌ (ପସନ୍ଦ ଅନୁଯାୟୀ),ଲେମ୍ବୁ ରସ, ଜିରା ଗୁଣ୍ଡ,ଲୁଣ, କଞ୍ଚା ଲଙ୍କା,ପିଆଜ
ଏକ ପାତ୍ରରେ ସସ୍‌‌, ଲେମ୍ବୁ ରସ , ଜିରା ଗୁଣ୍ଡ, କଞ୍ଚା ଲଙ୍କା ଓ ଲୁଣ ମିଶାନ୍ତୁ। ସିଝା ଅଣ୍ଡାକୁ ଫାଳ କରି କାଟି ଦିଅନ୍ତୁ। କଟା ପିଆଜ ପକାଇ ଖାଆନ୍ତୁ।

 

- Advertisement -

 

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories