ଦୀନଦୟାଲ ଗ୍ରାମୀଣ କୌଶଳ ବିକାଶ ତାଲିିମ ଶିବିର
ଆଠଗଡ : ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆନୁକୁଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଶୁକ୍ରବାର ଦୀନଦୟାଲ ଗ୍ରାମୀଣ କୌଶଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଅଂଶଗ୍ରହଣ କରି ନିଜ ନିଜ ସଂସ୍ଥାରେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ, ତାଲିମ ବ୍ୟବସ୍ଥା ଏବଂ ପରେ କର୍ମସଂସ୍ଥାନ ଯୋଗାଣ ଉପରେ ଉପସ୍ଥିତ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅବଗତ କରାଇଥିଲେ । ଏହି ଶିବିରରେ ମୋଟ ୨୪୦ଜଣ ଆଶାୟୀ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରି ନିଜ ପସନ୍ଦ ମୁତାବକ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଚୟନ କରି ଦରଖାସ୍ତ ମାଧ୍ୟମରେ ଆବେଦନ କରିଥିଲେ। ଏହି ଶିବିରରେ ନିଅମ ଏଜୁକେଶନାଲ ଫାଉଣ୍ଡେସନ, ଭୁବନେଶ୍ୱରର ଭି-ମାର୍ଟ, ଜେଆରଜି ଏଜୁକେଶନାଲ ଟ୍ରଷ୍ଟ, ୱାଜିର ଆଡଭାଟାଇଜର୍ସ ପ୍ରାଇଭେଟ ଲିମିଟେଡ, ସେଫ ଡୁଏଟ୍ , ରେଡଟେକ, ସଲ୍ୟୁସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ରୋମାନ ଟେକ୍ନେଲୋଜି, ଆସମାକସ, ସିଂକ୍ରୋସର୍ଭ ଗ୍ଲୋବାସ ସଲ୍ୟୁସନ ପ୍ରଭୃତି ସଂସ୍ଥା ଅଂଶଗ୍ରହଣ କରିଥିଲେ । କୃଷିମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ ସୁବାସ ଚନ୍ଦ୍ର ମଲ୍ଲିକ, ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ଅତିଥି ଭାବେ ଯୋଗଦେଇଥିବାବେଳେ ସମସ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ। ବ୍ଲକ ଜୀବିକା ସଂଯୋଜକ ପରେଶ କୁମାର ପୃଷ୍ଟି, ସଂଯୁକ୍ତା ମହାନ୍ତି, ବିନୋଦ କୁମାର ପଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସମେତ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ପ୍ରମୁଖ ଶିବିର ପରିଚାଳାନାରେ ସହଯୋଗ କରିଥିଲେ।
Comments are closed.