www.samajalive.in
Friday, December 5, 2025
20.1 C
Bhubaneswar

ଜନ୍ମଦିନ ବିଶେଷ : ଜାଣନ୍ତୁ ଟ୍ରାଜେଡ଼ି କିଙ୍ଗ୍‍ ଓ ସାଏରାଙ୍କ ପ୍ରେମ କାହାଣୀ

ମୁମ୍ବଇ : ମଙ୍ଗଳବାର ୯୬ବର୍ଷରେ ପାଦ ଦେଇଛନ୍ତି ବଲିଉଡ଼ର ଟ୍ରାଜେଡ଼ି କିଙ୍ଗ୍‍ ଦିଲ୍ଲୀପ କୁମାର। ତାଙ୍କର ପ୍ରକୃତ ନାମ ୟୁସୁଫ୍‍ ଖାନ। ୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ପାକିସ୍ତାନର ପେଶାୱାରରେ ଦିଲ୍ଲୀପଙ୍କ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କ ସିନେ କ୍ୟାରିୟରରେ ମାତ୍ର ୫୪ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହାସତ୍ତ୍ବେ ଆଜି ପର୍ଯ୍ୟନ୍ତ ଦିଲ୍ଲୀପ ସେହି ୫୪ଟି ଚଳଚ୍ଚିତ୍ର ବଳରେ ବଲିଉଡ଼ର ସବୁଠାରୁ ବଡ଼ ତାରକାମାନଙ୍କ ମଧ୍ୟରେ ଗଣାଯାଉଛନ୍ତି। ଦିଲ୍ଲୀପଙ୍କ ଜନ୍ମଦିନରେ ଯଦି ତାଙ୍କ ପତ୍ନୀ ସାଏରା ବାନୋଙ୍କ କଥା ନଉଠିବ ତେବେ ଦିଲ୍ଲୀପ ସାହାବଙ୍କ ଜନ୍ମଦିନ ଅଧାରେ ରହିଯିବ। ଦିଲ୍ଲୀପଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ପରିଚିତ ତାଙ୍କର ଓ ସାଏରା ବାନୋଙ୍କ ପ୍ରେମ କାହାଣୀ ବିଷୟରେ –

ଦିଲ୍ଲୀପ କୁମାରଙ୍କ ପାଇଁ ଦେଶ-ବିଦେଶର ବହୁତ ଝିଅ ପାଗଳ ଥିଲେ, ହେଲେ ତାଙ୍କୁ ସାଏରା ବାନୋ ପସନ୍ଦ ଆସିଥିଲେ। ସାଏରା ତାଙ୍କଠାରୁ ୨୨ବର୍ଷ ସାନ ଥିଲେ। ୧୨ବର୍ଷ ବୟସରୁ ସାଏରା ଦିଲ୍ଲୀପଙ୍କ ପ୍ରେମରେ ପାଗଳ ହୋଇଥିଲେ। ଯେତେବେଳେ ସାଏରାଙ୍କ ପ୍ରେମ ବିଷୟରେ ଦିଲ୍ଲୀପ ଜାଣିବାକୁ ପାଇଥିଲେ, ସେତେବେଳେ ତାଙ୍କୁ ୪୪ ବର୍ଷ ହୋଇଥିଲା ଓ ସାଏରା ମାତ୍ର ୨୨ ବର୍ଷର ଥିଲେ। ପୂର୍ବରୁ ଦୁଇଥର ପ୍ରେମରେ ବିଫଳ ହୋଇଥିବା ଦିଲ୍ଲୀପ ପ୍ରଥମେ ସାଏରାଙ୍କୁ ପସନ୍ଦ କରୁନଥିଲେ। ବୟସର ତାରତମ୍ୟକୁ ନେଇ ମଧ୍ୟ ଦିଲୀପ ଏହି ସମ୍ପର୍କରୁ ପଛଘୁଞ୍ଚା ଦେଉଥିଲେ, ହେଲେ ସେ ଏହା ଜାଣିଥିଲେ ଯେ ସାଏରା ତାଙ୍କୁ ବହୁତ ଭଲ ପାଉଥିଲେ। ୧୯୬୬ ମସିହାରେ ଦୁହେଁ କାହାକୁ କିଛି ନଜଣାଇ ବିବାହ କରିଥିଲେ। ଦିଲ୍ଲୀପ ନିଜର ଓ ସାଏରାଙ୍କ ବୟସର ତାରତମ୍ୟକୁ ଦେଖି ତାଙ୍କୁ କହିଥିଲେ ମୋ ଧଳା ହେଉଥିବା କେଶକୁ ଦେଖୁଛ ତ! ଏହାସତ୍ତ୍ବେ ମଧ୍ୟ ସାଏରା ପଛ ଘୁଞ୍ଚା ଦେଇନଥିଲେ। ଦିଲ୍ଲୀପଙ୍କ ପ୍ରେମରେ ସେ ଏପରି ପାଗିଳି ଥିଲେ ଯେ ତାଙ୍କୁ ଖୁସି କରିବା ପାଇଁ ସେ ଉର୍ଦ୍ଦୁ ଓ ପାର୍ସିୟାନ ଭାଷା ମଧ୍ୟ ଶିକ୍ଷା କରିଥିଲେ। ସାଏରାଙ୍କ ଭଲପାଇବାକୁ ଦେଖି ଦିଲ୍ଲୀପ କୁମାର ତାଙ୍କୁ ବିବାହ କରିଥିଲେ। ସୂଚନା ଅନୁସାରେ, ସାଏରା ଥରେ ଗର୍ଭବତୀ ହୋଇଥିଲେ, ହେଲେ ଜନ୍ମ ନେବା ପୂର୍ବରୁ ଗର୍ଭରେ ହିଁ ସନ୍ତାନର ମୃତ୍ୟୁ ହୋଇଥିଲା। ଏହାପରେ ସାଏରା କେବେ ମାଆ ହୋଇ ପାରିନଥିଲେ। ତଥାପି ଦୁହେଁ ଦୁହିଙ୍କ ହାତ ଧରି ଏପର୍ଯ୍ୟନ୍ତ ଏକାଠି ରହିଛନ୍ତି। ଯେତେବେଳେ ବଲିଉଡ଼ ତାରକାମାନଙ୍କା ପ୍ରେମ କାହାଣୀ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ଦିଲ୍ଲୀପ କୁମାର ଓ ସାଏରା ବାନୋଙ୍କ ନାମ ପ୍ରଥମେ ନିଆଯାଏ। ସୂଚନା ଅନୁସାରେ, ଦିଲ୍ଲୀପ କୁମାର ଏବେ ଅଲଜାଇମର ରୋଗରେ ପୀଡ଼ିତ ଓ ସାଏରା ସର୍ବଦା ତାଙ୍କ ପାଖେ ପାଖେ ରହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories