www.samajalive.in
Saturday, December 6, 2025
15.1 C
Bhubaneswar

ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‍ ହେବ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ବଲିଉଡ଼ ଇଣ୍ଡଷ୍ଟ୍ରୀ ସମେତ ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ଏକ ଶକ୍ତ ଧକ୍କା ଦେଇଛି। ଅପର ପକ୍ଷରେ ତାଙ୍କ ମୃତ୍ୟୁକୁ ଏଯାବତ୍‍ ଗ୍ରହଣ କରି ପାରୁ ନ ଥିବା ତାଙ୍କ ପ୍ରସଂଶକଙ୍କ ପାଇଁ ସୁଶାନ୍ତ ତାଙ୍କ ଶେଷ ଭେଟି ଛାଡ଼ି ଦେଇଯାଇଛନ୍ତି। ତାହା ହେଉଛି ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍‍ ବେଚାରା’। ଏହି ଫିଲ୍ମକୁ ନେଇ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଏହି ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ଜୁଲାଇ ୨୪ରେ ଡିଜ୍‍ନୀ ହଟଷ୍ଟାରରେ ‘ଦିଲ୍‍ ବେଚାରା’ ରିଲିଜ ହେବ। ଏହାର ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ନିର୍ମାତା ପର୍ୟ୍ୟନ୍ତ ସମସ୍ତେ ସୁଶାନ୍ତଙ୍କୁ ସମ୍ମାନ ଜଣାଇଛନ୍ତି ଏବଂ ଫିଲ୍ମ ରିଲିଜକୁ ନେଇ ଉତ୍ସାହିତ ଥିବା କହିଛନ୍ତି।

- Advertisement -

ନିର୍ଦ୍ଦେଶକ ମୁକେଶ ଛାବ୍ରା ମଧ୍ୟ ତାଙ୍କର ପ୍ରଥମ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସୁଶାନ୍ତଙ୍କ ବିୟୋଗ ପରେ ଏହି ପ୍ରୋଜେକ୍ଟ ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ବୋଲି ସେ କହିଛନ୍ତି।

ଏହି ଫିଲ୍ମଟି ଦୁଇ କର୍କଟ ରୋଗୀଙ୍କ ଜୀବନ କାହାଣୀ ଉପରେ ଆଧାରିତ, ଯିଏକି ପରସ୍ପରର ପ୍ରେମରେ ପଡ଼ିଯାଇଛନ୍ତି। ଏଥିରେ ସୁଶାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ନାୟିକା ସାଜିଛନ୍ତି ନବାଗତା ସଞ୍ଜନା ସାଂଘୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories